ସାରସକଣା ନିର୍ବାଚନ ମଣ୍ଡଳୀ : ସରକାରୀ କର୍ମୀଚାରୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରି ଅଡୁଆରେ ଭାଜପା
ସାରସକଣା ନିର୍ବାଚନ ମଣ୍ଡଳୀ : ସରକାରୀ କର୍ମୀଚାରୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରି ଅଡୁଆରେ ଭାଜପା
admin
Mar 28, 2019 - 05:15
Updated: Mar 28, 2019 - 05:15
ବାରିପଦା: ଓଡ଼ିଶା ବିଧାନସଭାର ୨୭ନଂ ବିଧାନସଭା କ୍ଷେତ୍ର ମୟୂରଭଞ୍ଜ ଜିଲ୍ଲାର ସାରସକଣା(ଏସଟି) ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ୟ୍ୟରତ ଡ଼ାକ୍ତର ବୁଢ଼ାନ ମୁର୍ମୁଙ୍କୁ ବିଜେପି ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରି ଅଡ଼ୁଆ ମଧ୍ୟକୁ ଟାଣି ହୋଇଆସିଛି । ଏହାକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବହଳଦା ଅଂଚଳର ଡ଼ା.ମୁର୍ମୁ ଶାମାଖୁଣ୍ଟା ବ୍ଲକସ୍ଥିତ ରଙ୍ଗାମାଟିଆ ସିଏଚସି ଅଧୀନରେ ଥିବା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଡ଼ାକ୍ତର ଭାବେ ନିଯୁକ୍ତି ପାଇ ଡ଼େପୁଟେସନରେ ହେଡ଼କ୍ୱାଟର ହସପିଟାଲ ବାରିପଦାରେ କାର୍ୟ୍ୟକରୁଛନ୍ତି । ଏହି ସମୟରେ ଚାକିରୀରେ ଥାଇ କୌଣସି ସରକାରୀ କର୍ମଚାରୀ ସିଧାସଳଖ ରାଜନୀତି କରିପାରିବେ ନାହିଁ ସାର୍ଭିସ କୋର୍ଡ଼ରେ ଉଲ୍ଲେଖ ରହିଥିବା ସମୟରେ ଡ଼ା.ମୁର୍ମୁଙ୍କୁ ବିଜେପି ପକ୍ଷରୁ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ନିମନ୍ତେ ଦଳରୁ ଟିକଟ ମିଳିବା ବିଷୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡ଼ି । ଏଥିସହିତ ବିଜେପି ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଅଣଦେଖା କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଡ଼ାକ୍ତର ମୁର୍ମୁ ଚାକିରୀରୁ ଇସ୍ତଫା ଦେଇଛନ୍ତି କି ନାହିଁ, କେଉଁ ଦିନ ଇସ୍ତଫା ଦେଲେ, ତାଙ୍କର ଇସ୍ତଫା ପତ୍ର ଗୃହୀତ ହୋଇଛି କି ନାହିଁ ଆଦି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏହା ଉପରେ ସଠିକ୍ ସୂଚନା ପ୍ରାପ୍ତି ନିମନ୍ତେ ବାରିପଦା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପୂରବୀ ମହାନ୍ତିଙ୍କ ସହିତ ମୋବାଇଲ ନମ୍ବର ୯୪୩୯୯୯୫୪୯୬ରେ ସମ୍ପର୍କ ସ୍ଥାପନ କରିବାରୁ ଛୁଟିରେ ରହିଛି, ଡ଼ାକ୍ତର ପି. କେ. ମହାପାତ୍ରଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ ଏବଂ ଡ଼ା.ମୁର୍ମୁ ଚାକିରୀରୁ ଅବସର ନେବା ନିମନ୍ତେ ଆବେଦନ କରିଥିବାର ଜାଣିଛି, କିନ୍ତୁ କେଉଁ ତାରିଖରେ ଆବେଦନ କରିଥିଲେ ଏବଂ ଗୃହୀତ ହୋଇଛି କି ନାହିଁ ସେ ବିଷୟରେ ତାଙ୍କ ନିକଟରେ କୌଣସି ସୂଚନା ନଥିବାର ପ୍ରକାଶ କରିଥିଲେ ।