ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ

ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ

 ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ
ଭୁବନେଶ୍ୱର: ଜାମିନ ମିଳିବା ପରେ ପୁଣି ବାହାରିଲା ସାରଥୀଙ୍କ ପୁରୁଣା ରୋଗ । ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ । କଏଦୀଙ୍କୁ ଚୌଦ୍ୱାର ଜେଲ ଭିତରେ ପ୍ରବଚନ ଶୁଣାଇଲେ ସାରଥୀ । ୩ଟି ମାମଲାରେ ବେଲ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକୁଳିବେ ସାରଥୀ । ଆଉ ଜେଲରୁ ବାହାରିବା ପୂର୍ବରୁ ସାରଥୀ ଚୌଦ୍ୱାର ଜେଲରେ ଏକ ଚେୟାର ଉପରେ ବସି କଏଦୀଙ୍କୁ ପ୍ରବଚନ ଦେଉଥିବା ଚର୍ଚ୍ଚା ହେଉଛି । ତୃତୀୟ ମାମଲାରେ ତାଙ୍କୁ କୋର୍ଟ ଜାମିନ ମିଲିଥିଲେ ହେଁ ଏ ଯାଏ ବାହାରି ନାହାନ୍ତି ସାରଥୀ । ଜେଲରୁ ମୁକୁଳିବା ପାଇଁ କୋର୍ଟଙ୍କ ଅନୁମତି ପତ୍ରକୁ ଅପେକ୍ଷା କରାଯାଇଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଜି ଅପରାହ୍ନରେ ସେ ଜେଲରୁ ବାହାରିପାରନ୍ତି । ତେବେ ଜେଲରୁ ବାହାରିବା ପରେ ଅନେକ ସର୍ତ ରଖିଛନ୍ତି କୋର୍ଟ । ବାହାରିବା ପରେ ସେ ପ୍ରବଚନ ଦେଇପାରିବେନି କି ବାରିମୂଳ ଯାଇପାରିବେନି । କୌଣସି ସ୍ଥାନରେ ଧର୍ମୀୟ ସଭା ନକରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ବାହାରିବା ପରେ ଏ ସବୁରେ ରୋକ ଲାଗିଥିବାରୁ ସେ ଭିତରେ ରହି ଶେଷ ପ୍ରବଚନ ଦେଉଥିବା ଚର୍ଚ୍ଚା ହେଉଛି ।