କୃଷକ କମିସନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବନି: ମନ୍ତ୍ରୀ

କୃଷକ କମିସନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବନି: ମନ୍ତ୍ରୀ

କୃଷକ କମିସନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବନି: ମନ୍ତ୍ରୀ
ଭୁବନେଶ୍ୱର : କୃଷି ଓ କୃଷକଙ୍କ ସମସ୍ୟା ଅନୁଧ୍ୟାନ ଓ ତାହାର ପ୍ରତିକାର ଲକ୍ଷ୍ୟରେ ୨୦୧୦ ଜାନୁଆରି ୨ ତାରିଖରେ କୃଷକ କମିସନ ଗଠନ କରିଥିଲେ । ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କୃଷକ କମିସନ ୩୦,୨୦,୨୦୧୦ ରେ ସରକାରଙ୍କ ଅନ୍ତରୀଣ ରିପୋର୍ଟ ଓ ୧୫.୧୨.୨୦୧୨ରେ ଚୂଡାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । କମିସନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର ଆବଶ୍ୟକତା ନଥିବାରୁ ତାହା ବିଧାନସଭାରେ ଉପସ୍ଥାପନ କରାଯିବ ନାହିଁ । ତେବେ ଏହାର କାର୍ଯ୍ୟାନ୍ୱୟନ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।