ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ
ପିପିଲି: ବିଧାୟକ ପ୍ରଦୀପ ମହାରଥୀ ଗିରଫ । ମହାରଥୀଙ୍କୁ ଗିରଫ କଲା ପିପିଲି ଥାନା ପୁଲିସ । ନିଜ ଫାର୍ମ ହାଉସରେ ଏସଏସଟି ଟିମକୁ ମାଡ଼ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ଗତକାଲି ରାତିରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଏସଏସଟି ଚଢଉ କରିଥିଲା । ଚଢଉ ବେଳେ ବିଧାୟକ ଶ୍ରୀ ମହାରଥୀ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିବା ନେଇ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର ଅଭିଯୋଗ କରିଥିଲେ । ପ୍ରକାଶ ଯେ, ଗତକାଲି ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢଉ ବେଳେ ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟ ଓ ଏସଏସଟି ଟିମ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ରାତିରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଏସଏସଟି ଚଢଉ କରିଥିଲା । ଚଢଉ ବେଳେ ବିଧାୟକ ଶ୍ରୀ ମହାରଥୀ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିବା ନେଇ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର ଅଭିଯୋଗ କରିଥିଲେ । ତେବେ ଚଢଉ ବେଳେ ଉପସ୍ଥିତ ଥିବା ଏସଏସଟି ଟିମର ମୁଖ୍ୟ ବିଜୟ କୁମାର କର କିନ୍ତୁ ଆକ୍ରମଣ ବେଳେ ନଥିଲେ ।