ପିପିଲି ଥାନାରେ ବିଧାୟକ ପ୍ରଦୀପ ମହାରଥୀ
ପିପିଲି ଥାନାରେ ବିଧାୟକ ପ୍ରଦୀପ ମହାରଥୀ
admin
Apr 22, 2019 - 08:52
Updated: Apr 22, 2019 - 08:52
ପିପିଲି: ପିପିଲି ଥାନାରେ ବିଧାୟକ ପ୍ରଦୀପ ମହାରଥୀ । ଶ୍ରୀ ମହାରଥୀଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କରୁଛି । ଫାର୍ମ ହାଉସରେ ଏସଏଟି ଟିମକୁ ମାଡ଼ ମାମଲାରେ ପୁଲିସ ତାଙ୍କୁ ପଚରାଉଚୁରା କରୁଛି ।
ପ୍ରକାଶ ଯେ, ଗତକାଲି ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢଉ ବେଳେ ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟ ଓ ଏସଏସଟି ଟିମ ଉପରେ ଆକ୍ରମଣ ହୋଇଥିଲା । ଗତକାଲି ରାତିରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଏସଏସଟି ଚଢଉ କରିଥିଲା । ଚଢଉ ବେଳେ ବିଧାୟକ ଶ୍ରୀ ମହାରଥୀ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିବା ନେଇ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର ଅଭିଯୋଗ କରିଥିଲେ । ତେବେ ଚଢଉ ବେଳେ ଉପସ୍ଥିତ ଥିବା ଏସଏସଟି ଟିମର ମୁଖ୍ୟ ବିଜୟ କୁମାର କର କିନ୍ତୁ ଆକ୍ରମଣ ବେଳେ ନଥିଲେ ।
ପୂର୍ବରୁ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର କହିଥିଲେ ଯେ, ଆଇଆଇସିଙ୍କ ନିଦେ୍ର୍ଧଶରେ ମହାରଥୀଙ୍କ ଫାର୍ମ ହାଉସ ପାଖକୁ ଯାଇଥିଲୁ । ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା । ତେବେ ସେଠାରେ ପହଞ୍ଚୁ ପହଞ୍ଚୁ ମୋତେ ଓ ମୋର ଏସଏସଟି ଟିମକୁ ପିଟିଥିଲେ । ଫାର୍ମ ହାଉସ ଭିତରେ ପଶି ପ୍ରଦୀପ ମହାରଥୀ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଆକ୍ରମଣରେ ଏସଆଇ ବିନୟ କୁମାର ଦାସ ଆହତ ହୋଇଛନ୍ତି । ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି । ମୋର ଅଣ୍ଟାରେ ଆଘାତ ଲାଗିଛି । ଗୋଡ଼ ଲଗାଇ ପାରୁନି । ଭୟରେ ଗୋଟିଏ ଗାଡ଼ିରେ ୧୫ ଜଣ ପଳାଇ ଆସିଲୁ । ଆଉ ଏକ ଗାଡ଼ି ଫାର୍ମ ହାଉସରେ ଭିତରେ ରହିଛି । ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଏହି ଅବସ୍ଥା ହୋଇଛି ବୋଲି ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର କହିଥିଲେ ।