ଘରେ ବିଦୁ୍ୟତ ସଂଯୋଗ ଦେବେ ଆଇଟିଆଇ ପିଲାଙ୍କ ଟିମ

ଘରେ ବିଦୁ୍ୟତ ସଂଯୋଗ ଦେବେ ଆଇଟିଆଇ ପିଲାଙ୍କ ଟିମ

ଭୁବନେଶ୍ୱର: ଫନି ଯୋଗୁଁ ବିଦୁ୍ୟତ ସେବା ବାଧାପ୍ରାପ୍ତ ହୋଇଛି । ଏପର୍ଯ୍ୟନ୍ତ ଭୁବନେଶ୍ୱରର ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ମିଳି ପାରିଛି । ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ, ୧୨ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟା ପୁନରୁଦ୍ଧାର ନେଇ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି । ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି ଦେବାକୁ କାମ ଚାଲିଛି । ସେହିଭଳି ୧୫ ତାରିଖ ସୁଦ୍ଧା ପୁରୀରୁ କୋଣାର୍କ ସହରକୁ ବିଦୁ୍ୟତ ସଂଯୋଗ କରାଯିବ । ସଂଯୋଗ ଦିଆଯିବା ପରେ ମଧ୍ୟ ଘରକୁ ବିଦୁ୍ୟତ ପହଞ୍ଚିବାରେ ସମସ୍ୟା ଥାଇପାରେ । ଏଥିପାଇଁ ୫୦୦ ଆଇଟିଆଇ ପିଲାଙ୍କ ଟିମ କରି ଘରକୁ ଘର ପଠାଯିବ । ଆଇଟିଆଇ ପିଲା ଘରକୁ ଘର ଯାଇ ବିଦୁ୍ୟତ ସଂଯୋଗ ଦେବେ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ସୂଚନା ଦେଇ କହିଛନ୍ତି ଯେ, ପରିମଳ ପାଇଁ ପୁରୀରେ ୪୧୦ ଜଣ କର୍ମଚାରୀ ଓ ୪୦ ଜଣ ଯନ୍ତ୍ରୀ ନିୟୋଜିତ ଅଛନ୍ତି । ଭୁବନେଶ୍ୱରରେ ୧୫୦ ଜଣ ଯନ୍ତ୍ରୀ ଓ ୩୨୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ପୁରୀ, କୋଣାର୍କ, ନିମାପଡ଼ା ଓ ଭୁବନେଶ୍ୱରରେ ଜଳ ଯୋଗାଣ ସ୍ୱାଭାବିକ ହୋଇପାରିଛି ।