ଧୋୟାଂଚଳରେ ବିଶାଳ ରୋଡସୋରେ ଗଣେଶ୍ୱରଙ୍କ ଶକ୍ତି ପ୍ରଦର୍ଶନ ; ବିରୋଧୀ ଛାନିଆ

ଧୋୟାଂଚଳରେ ବିଶାଳ ରୋଡସୋରେ ଗଣେଶ୍ୱରଙ୍କ ଶକ୍ତି ପ୍ରଦର୍ଶନ ; ବିରୋଧୀ ଛାନିଆ

ଧୋୟାଂଚଳରେ ବିଶାଳ ରୋଡସୋରେ ଗଣେଶ୍ୱରଙ୍କ ଶକ୍ତି ପ୍ରଦର୍ଶନ ; ବିରୋଧୀ ଛାନିଆ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳରେ କଂଗ୍ରେସ ପ୍ରାର୍ଥୀ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ବିଶାଳ ରୋଡସୋ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରି ବିରୋଧୀ ଶିବିରରେ ଛନକା ପଶେଇବାରେ ସଫଳ ହୋଇଛନ୍ତି । ଏ ଅଂଚଳର ସନ୍ତାନ ଭାବରେ ରାଜ୍ୟ ରାଜନୀତିରେ ପ୍ରତିଷ୍ଠିତ ଗଣେଶ୍ୱର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରାପଡାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଇର୍ଷଣୀୟ ସଫଳତା ହାସଲ କରିଛନ୍ତି । ନିଜର ଦୃଢ ନେତୃତ୍ୱ ଓ ସଂକଳ୍ପ ଯୋଗୁଁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ଦୀର୍ଘ ୨ ଦଶନ୍ଧି ଧରି କେନ୍ଦ୍ରାପଡା ରାଜନୀତିରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜି ଗଣେଶ୍ୱରଙ୍କ ପକ୍ଷରୁ ଧୋୟାଞ୍ଚଳବାସୀଙ୍କ ସମର୍ଥନ ଭିକ୍ଷା କରିବା ଉଦ୍ଦେଶ୍ୟରେ ଅଣ୍ଢରା, ଅମୃତମଣୋହି ଓ ବଲୁରିଆ ପଂଚାୟତରେ ବିଶାଳ ରୋଡସୋର ।ାୟୋଜନ କରାଯାଇଥିଲା । ଏହି ରୋଡସୋରେ ଶହ ଶହ ଯୁବକଙ୍କ ଉପସ୍ଥିତି ଗଣେଶ୍ୱରଙ୍କ ସାଂଗଠାନିକ ଦକ୍ଷତା ଓ ଲୋକପ୍ରିୟତାକୁ ପ୍ରମାଣିତ କରିଛି । ଦାଣ୍ଡିସାହି କଲେଜ ଛକ ଠାରୁ ଆରମ୍ଭ ହୋଇଥିବା ବିଶାଳ ରୋଡସୋରେ ଗଣେଶ୍ୱରଙ୍କ ସହିତ ଯୁବନେତା ରଶ୍ମୀରଞନ ସ୍ୱାଇଁ (ମଂଟୁ), ୧୫ନଂ. ଜୋନ ସଭାପତି ଜ୍ୟୋତିରଞନ ପ୍ରଧାନ, ଅଣ୍ଢରା ସମିତିସଭ୍ୟା ବାସନ୍ତୀ ମଲ୍ଲିକ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଅଜୟ ବିଶ୍ୱାଳ, ବରିଷ୍ଠନେତା ଧନେଶ୍ୱର ପ୍ରଧାନ, ଅମୃତମଣୋହି ସରପଂଚ କୁଳମଣି ମଳିକ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ଅଳପୁଆ ପୂର୍ବତନ ସମିତିସଭ୍ୟ ଚନ୍ଦନ ସାହୁ, ସିଂହଗାଁ ପୂର୍ବତନ ସରପଂଚ କାଙ୍ଗାଳି ସେଠୀ, କ୍ଷମାନିଧି ସାମଲ, ବରିଷ୍ଠନେତା ଉଲ୍ଲାସ ମଲ୍ଲିକ, ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁ, ଇଂ. ସତ୍ୟବ୍ରତ ମଲ୍ଲିକ, ରଞିତ କୁମାର ମଲ୍ଲିକ, ସିଦ୍ଧାର୍ଥ ଦାସ, ବାବୁ ରାଉତ, ବିଚିତ୍ର ମଲ୍ଲିକ, ପ୍ରଫୁଲ୍ଲ ଜେନା, ସିଦ୍ଧାର୍ଥ ଦାସ, ଅଶୋକ ମଲ୍ଲିକ, ଗୋଲକ ବେହେରା, ତାପସ କୁମାର ଦାଶ, ନୟନ କୁମାର ରାଉତ, ଅଲେଖ ମଳିକ, କେଦାର ଜେନା, ସୁମନ୍ତ ମଳିକ, ଅଶୋକ କୁମାର ଦାସ, ଦିଲ୍ଲୀପ ଖଣ୍ଡାୟୀ, ନିର୍ମଳ ଖଣ୍ଡାୟୀ, ଚିତରଞନ ଖଣ୍ଡାୟୀ ପ୍ରମୁଖ ସାମିଲ ହୋଇ ଦାଣ୍ଡିସାହି, ବ୍ରହ୍ମପୁର, ବିଷ୍ଣୁପୁର, ପଥୁରିଆଡିଆ, ଦାଣ୍ଡିଉପର, ବ୍ରାହ୍ମଣସାହି, କୂଳଉପର, ନୂଆସାହି, ଅମୃତମଣୋହି ଛତାମଠ, ମହଲକଣ, ଫୁଲପାଟଣା, ଆରାଜି, ତରେଇପାଟଣା, ସିଦ୍ଧବାଲି, ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା ଆଦି ଅଞ୍ଚଳ ପରିକ୍ରମା କରି କଂଗ୍ରେସ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ସହିତ କେନ୍ଦ୍ରାପଡା ମାଟିର ଅପ୍ରତିଦ୍ୱନ୍ଦୀ ନେତୃତ୍ୱ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଧୋୟାଞ୍ଚଳରେ ଗଣେଶ୍ୱରଙ୍କ ବିଶାଳ ରୋଡସୋ ପରେ ସମଗ୍ର ଅଂଚଳର ରାଜନୈତିକ ବାତାବରଣ ସରଗରମ ହୋଇପଡିଛି ।