ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ

ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ

ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ
ଭୁବନେଶ୍ୱର: ସମ୍ବଲପୁର ବିଜେଡି ସାଂସଦ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଯାଂଚ ପରେ ପ୍ରାର୍ଥୀପତ୍ର କାଏମ ରଖିଛନ୍ତି ସମ୍ବଲପୁର ଜିଲ୍ଲାପାଳ । କାଏମ ପରେ ପ୍ରାର୍ଥୀପତ୍ରକୁ ନେଇ ଅସନ୍ତୋଷ ପ୍ରକାଶ କଲା ବିଜେପି । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବିଜେପି ଧମକ ଦେଇଛି । ନଳୀନଙ୍କ ନାଁରେ ଅଫିସ ଅଫ ପ୍ରଫିଟ ଅଭିଯୋଗ ଥିଲା । ବେଆଇନ ଭାବେ ଶୁଣାଣି ହୋଇଥିବା କହିଲେ ବିଜେପି ସାଂସଦ ପ୍ରାର୍ଥୀ ନୀତିଶ ଗଂଗଦେବ। ପ୍ରକାଶ ଯେ, ଶୁକ୍ରବାର ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିଜେପିର ସାଂସଦ ପ୍ରାର୍ଥୀ ନୀତିଶ ଗଂଗଦେବ ଚ୍ୟାଲେଞ୍ଜ କରିଥିଲେ । ଶ୍ରୀ ପ୍ରଧାନ ଅଫିସ ଅଫ ପ୍ରଫିଟରେ ଥିବା ବିଜେପିର ସାଂସଦ ପ୍ରାର୍ଥୀ ନୀତିଶ ଗଂଗଦେବ ଅଭିଯୋଗ କରିଥିଲେ । ତେବେ ନୀତିଶଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚକୁ ଘୁଞ୍ଚାଯାଇଥିଲା । ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ ନୀତିଶଙ୍କ ଅଭିଯୋଗ ପରେ ଏହି ପ୍ରକ୍ରିୟାକୁ ଶନିବାରକୁ ଘଞ୍ଚାଯାଇଥିଲା ।