ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସବୁଜ ପତ୍ରିକାଧାରୀଙ୍କୁ ଚିହ୍ନଟ କର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସବୁଜ ପତ୍ରିକାଧାରୀଙ୍କୁ ଚିହ୍ନଟ କର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସବୁଜ ପତ୍ରିକାଧାରୀଙ୍କୁ ଚିହ୍ନଟ କର
ଭୁବନେଶ୍ୱର : ରାଜ୍ୟରେ ମୋଟ କେତେ ସବୁଜ ପତ୍ରିକାଧାରୀ ଅଛନ୍ତି ତାହା ଗଣନା କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ସବୁଜ ପତ୍ରିକାଧାରୀ ସଂଘ ବିଭିନ୍ନ ଦାବି ନେଇ ନବୀନଙ୍କୁ ଭେଟିଥିଲେ । ପୂର୍ବରୁ ମିଳୁଥିବା ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ନେଇ ଅଭିଯୋଗ କରିଥିଲେ । ଏହା ସହ ବିଭିନ୍ନ ସୁବିଧା ପ୍ରଦାନ କରିବା ପାଇଁ ଦାବି ଜଣାଇବା ସହ ଆଲୋଚନା କରିଥିଲେ । ନିର୍ବାଚନ ପରେ ସେମାନଙ୍କ ଦାବି ଅନୁଧ୍ୟାନ କରିବାକୁ ନବୀନ ପ୍ରତିଶ୍ରୁତି ଦେଇଥିଲେ । ଖୁବଶୀଘ୍ର ଅନୁଧ୍ୟାନ କରି ସବୁଜ ପତ୍ରିକାଧାରୀ ଗଣନା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।