ରାଜଧାନୀରେ ପୁଣି ଏନକାଉଣ୍ଟର।

କମିଶନରେଟ ପୋଲିସର ଗୁଳିରେ ଘାଇଲା ଏଟିଏମ ଲୁଟେରା। ନୂଆ ଡିସିପିଙ୍କ ଦାୟିତ୍ବ ଗ୍ରହଣ ପରେ ପରେ ଅପରାଧୀଙ୍କ ମନରେ ଭୟ ପଶିଛି। ରାଜଧାନୀରେ ବିଳମ୍ବିତ ରାତିରେ ଏଟିଏମ ରୁ ଲୁଟ ନେଇ ଖବର ପାଇବା ପରେ ଲୁଟେରାକୁ ପିସିଆର ଓ ସ୍ପେଶାଲ sqad ଅପରେସନ ଆରମ୍ଭ କରିଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ।ପୋଲିସ କୁ ଦେଖି ପୋଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୋଲିସ ର ପାଲଟା ଆକ୍ରମଣରେ ଗୋଡ଼ରେ ବାଜିଛି ଗୁଳି ଜଖମ ହୋଇଥିଲା।
ଦୀପକ ହେଉଛି ଆନ୍ତରାଜ୍ୟ ଲୁଟେରା। ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ଆହତ ଅବସ୍ଥାରେ ଦୀପକ କୁ କ୍ୟାପିଟାଲ ହସ୍ପିଟାଲ କୁ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ ।ପରେ ଏମ୍ସରେ ଭର୍ତ୍ତି କରିଛି ପୋଲିସ।ଦୀପକ ନା ରେ ବିଭିନ୍ନ ଥାନାରେ ରହିଛି ମାଳ ମାଳ ମାମଲା। ବଡଗଡ଼ ଅଞ୍ଚଳରେ କ୍ଲୋନିଂ କରି ବା ଏଟିଏମ ରେ ଅଠା ମାରି ଟଙ୍କା ଲୁଟି ନେଉଥିଲା ଅଭିଯୁକ୍ତ । ଯାହାର ସିସିଟିଭି ସ୍ପେଶାଲ ସ୍କ୍ବାଡ ହାତରେ ଲାଗିଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମିନା ଙ୍କ କାର୍ଯ୍ୟରେ ଯୋଗଦେବାର ମାତ୍ର କିଛି ଦିନ ମଧ୍ୟରେ ଏଭଳି ଏନକାଉଣ୍ଟର ଅପରାଧୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ଜଣେ କୁଖ୍ୟାତ ଲୁଟେରା ଏନକାଉଣ୍ଟର କରିଥିଲା ପୋଲିସ। ନୂଆ ଡିସିପିଙ୍କ ମ୍ୟାସେଜ ରହିଛି ଅପରାଧ ଛାଡ, ନ ହେଲେ ଭୁବନେଶ୍ୱର ଛାଡ଼।