ମିଛ ଚିଠି ନେଇ ବିଜେପିର ୩ ନେତାଙ୍କୁ ନୋଟିସ୍

ମିଛ ଚିଠି ନେଇ ବିଜେପିର ୩ ନେତାଙ୍କୁ ନୋଟିସ୍

ମିଛ ଚିଠି ନେଇ ବିଜେପିର ୩ ନେତାଙ୍କୁ ନୋଟିସ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଗୁଇନ୍ଦା ଚିଠି ପ୍ରସଙ୍ଗରେ ପୁଲିସ ୩ ଜଣ ବିଜେପି ନେତାଙ୍କୁ ନୋଟିସ କରିଛି । ସେମାନେ ହେଲେ ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀ । ଆସନ୍ତାକାଲି ଅର୍ଥାତ ଗୁରୁବାର ସକାଳ ୧୦ଟାରେ ଖାରବେଳ ନଗର ଥାନାରେ ହାଜର ହେବାକୁ ପୁଲିସ ନୋଟିସ କରିଛି । ତେବେ ପୁଲିସର ନୋଟିସ ପରେ ସମୀର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁଲିସ ବିଜୁ ଜନତା ଦଳର ହାତବାରିସି ସାଜିଛି । ତେଣୁ ପୁଲିସ ନାଲି ଆଖି ଦେଖାଉଛି । ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଗୁଇନ୍ଦା ଚିଠିକୁ ନେଇ ବିଜେପିର ପ୍ରେସମିଟ ଘଟଣାର ତଦନ୍ତ କରାଯିବ ବୋଲି ଗତକାଲି ପୁଲିସ କମିଶନର କହିଥିଲେ । ଏଭଳି ମିଥ୍ୟା ଡକୁ୍ୟମେଣ୍ଟ କେଉଁଠୁ ଆସିଲା ଓ ଏହାକୁ କିଏ ଆଣିଲା ତାହାର ତଦନ୍ତ କରାଯିବ ବୋଲି ସେ କହିଥିଲେ । ଏଭଳି ଡକୁ୍ୟମେଣ୍ଟକୁ ନେଇ ପ୍ରେସମିଟ କେଉଁ ଆଧାରରେ ହେଲା ତାହାର ତଦନ୍ତ କରାଯିବ ବୋଲି ପୁଲିସ କମିଶନର କହିଥିଲେ । ଏନେଇ ଅଧିକ ତଥ୍ୟ ଜାଣିବାକୁ ପୁଲିସ ପଚରାଉଚୁରା କରିବ ବୋଲି ମଧ୍ୟ କମିଶନର କହିଥିଲେ ।