ରାଜାଙ୍କ ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ

ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି
ପ୍ରେସମିଟ୍ରେ ଶହ ଶହ କୋଟିର ଦୁର୍ନୀତି ଚିଠା ରଖିଲେ
୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସୀ ।
ତେବେ ଆୟ,ଏହା ଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ତାହା ସ୍ପଷ୍ପହେବ
ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି
କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି
ମା କାଳୀ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ଦର୍ଶା ଯାଇଛି
ସେପଟେ ଯାଞ୍ଚରୁ ଜଣା ପଡିଛା କୌଣସି କାରବାର ହୋଇନାହିଁ ।
ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି ।
ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା
ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି- ଡିଜି
ଅନ୍ୟ କୌଣସି ଲୋଡିଂ ଏଜେନ୍ସୀକୁ କାମ ନ କରାଇ ଦେବାକୁ ଟଙ୍କା ବାଣ୍ଟୁଥିଲେ
ଶ୍ରମିକଙ୍କ ପାଉଣା ନାଁରେ ୭୪ କୋଟି ଟଙ୍କା ହଡ଼ପ
ଏନେଇ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ବଦ୍ରି କହିଛନ୍ତି କାଳେ ରାଜାଚକ୍ରଙ୍କ ଇଶାରାରେ କାମ କରୁଥିଲେ ଜିଲ୍ଲାପାଳ ଓ ଏସପି ।
କେବଳ ରାଜାଙ୍କୁ ନୁହେଁ ଉଭୟ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଜିବା ଆବଶ୍ୟକ ।