ଗିରଫ ହେଲା ଆନ୍ତରାଜ୍ୟ ଏଟିଏମ ଲୁଟେରା

ଗିରଫ ହେଲା ଆନ୍ତରାଜ୍ୟ ଏଟିଏମ ଲୁଟେରା

ପେଶାଦାର ଆନ୍ତରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡ ଅଞ୍ଚଳର ସୀତାରାମ ମଣ୍ଡଳ l ଲୋକଙ୍କ ଏଟିଏମ କାର୍ଡ଼ ବ୍ୟବହାର କରି ଟଙ୍କା ଲୁଟ କରୁଥିଲା ଅଭିଯୁକ୍ତ। ଟଙ୍କା ଉଠାଇଦେବା ବାହାନାରେ ଲୁଟ କରୁଥିଲା ଏହି ଲୁଟେରା । ପୁଲିସ ତାଠାରୁ ୧୧ଟି ଏଟିଏମ କାର୍ଡ଼  ସହ ୭୮ହଜାର ଟଙ୍କା, ଗୋଟେ ସୁନା ଚେନ ଓ ସୁନା ମୁଦି ଜବତ କରିଛି। ଅଭିଯୁକ୍ତ ସୀତାରାମ ବିରୋଧରେ ବିଭିନ୍ନ ଥାନାରେ ମଧ୍ୟ ଲୁଟ ମାମଲା ରହିଛି। ବିଗତ କିଛି ଦିନ ଧରି ଏଟିଏମରୁ ଟଙ୍କା ଉଠେଇବାକୁ ଆସୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ସହ ଅଭିନବ ଉପାୟରେ ଏଟିଏମ ଅଦଳବଦଳ କରିବା ସହ ଟଙ୍କା ଲୁଟ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ ହୋଇ ଆସୁଥିଲା। ଗତ ୯ ତାରିଖରେ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଦର୍ଜୀ ପୋଖରୀ ଛକ ନିକଟରେ ଥିବା ବ୍ୟାଙ୍କ ଅଫ ବରୋଦା ଏଟିଏମ ରେ ଟଙ୍କା ଉଠାଇବା ପାଇଁ ଆସିଥିଲେ l ସେ ଏଟିଏମ ମେସିନରେ  ଟଙ୍କା ଉଠାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ନିକଟରେ ଲୁଟେରା ସୀତାରାମ ସାହାଯ୍ୟ ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ । କିନ୍ତୁ ଚତୁରତାର ସହିତ  ଅଭିଯୁକ୍ତ ସୀତାରାମ ଏଟିଏମ୍ କାର୍ଡ ଅଦଳବଦଳ କରିଦେଇ, ଅନ୍ୟ ଜଣଙ୍କର ଏଟିଏମ୍ କାର୍ଡ ହରିଶ୍ଚନ୍ଦ୍ରକୁ ପ୍ରଦାନ କରି ସେଠାରୁ ଫେରାର ହୋଇଯାଇଥିଲେ |  କିଛି ସମୟ ପରେ ହରିଶ୍ଚନ୍ଦ୍ରଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା କଟିଯାଇଥିବା ସେ ତାଙ୍କ ମୋବାଇଲରେ ଏକ ଏସଏମଏସ ପାଇଥିଲେ।  ଏହା ପରେ ଅଭିଯୁକ୍ତ  ଗ୍ରାଣ୍ଡ ରୋଡରେ ଥିବା ଅରୁନ୍ଧତୀ ଅଳଙ୍କାର ଦୋକାନରେ ଏଟିଏମ୍ କାର୍ଡ ସ୍ବାଇପ କରି ସୁନା କିଣିଥିଲେ। ଏହାକୁ ନେଇ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଏତଲା ଦେଇଥିଲେ l ଏତଲାକୁ ଆଧାର କରି ସୀତାରାମ ମଣ୍ଡଳକୁ ବିଳମ୍ବିତ ରାତିରେ ବଡ଼ଶଙ୍ଖ ନିକଟରେ ଧରିବାରେ ସଫଳ ହୋଇଛି କୁମ୍ଭାରପଡା ଥାନା ପୋଲିସ। ଅଭିଯୁକ୍ତ ବିରୁଦ୍ଧରେ ବିଏନଏସ କେସ ୧/୨୫, ୫/୨୫, ୧୫/୨୫ ଧାରାରେ ଦଫା ଲଗାଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତରିକ୍ତ ଏସପି।