ଜୈବ ଅବଶେଷର ପୁନଃ ବିକଳ୍ପ ହିଁ ଜିଆଖତ – କୃଷି ପ୍ରଶିକ୍ଷକ

ଜୈବ ଅବଶେଷର ପୁନଃ ବିକଳ୍ପ ହିଁ ଜିଆଖତ – କୃଷି ପ୍ରଶିକ୍ଷକ

ଜୈବ ଅବଶେଷର ପୁନଃ ବିକଳ୍ପ ହିଁ ଜିଆଖତ – କୃଷି ପ୍ରଶିକ୍ଷକ
ପ୍ରତାପପୁର : କୃଷିକୁ ସରକାର ଅଗ୍ରାଧିକାର ଦେଇଥିବା ସମୟରେ ଏବେ ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର କୃଷି ଓ କୃଷକର ବିକାଶ ପାଇଁ ସଭିଏଁ ଆଗଭର । ସେଥିପାଇଁ ଏବେ ନାନାଦି ଯୋଜନା ଆଉ ପର୍ଯ୍ୟାଲୋଚନା ବି । କୃଷି ଓ କୃଷକକୁ ନେଇ ଆରମ୍ଭ ହୋଇଥିବା ଅଟଳ ଯୋଜନା ସାରା ଭାରତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଜାତୀୟ ଦକ୍ଷତା ବିକାଶ ମିଶନ ଦ୍ୱାରା ପ୍ରସାରିତ ଏହି ଯୋଜନା ଦ୍ୱାରା ସାରା ଓଡ଼ିଶାର ଏକ ଲକ୍ଷ ଚାଷୀଙ୍କୁ ତାଲିମ ଦେଇ ଉଦ୍ୟୋଗୀ କରିବାର ଯୋଜନା ରହିଛି । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତାର ପରିପ୍ରକାଶ ନିମନ୍ତେ ଏହାର ପରିକଳ୍ପନା । ପରିସର ସୀମିତ ହେଲେ ବି କୃଷିର ଗୁରୁତ୍ୱ ଆଜିବି ସମସ୍ତେ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି କୃଷି ଉଦ୍ୟୋଗ ସହାୟକ କାର୍ଯ୍ୟକ୍ରମ । ଯେଉଁଥିରେ କୃଷି ଛାତ୍ରଛାତ୍ରୀ ମାନେ ସିଧାସଳଖ ଚାଷୀ ଭାଇମାନଙ୍କ ସହ ଯୋଡ଼ି ହୋଇପାରିବେ । ଏହାକୁ ସର୍ବସାଧାରଣରେ ବେଶ୍ ପ୍ରଶଂସା ବି କରାଯାଉଛି । ଏହି ଅଟଳ ଯୋଜନାର ପରିସରକୁ ବ୍ୟାପକ କରିବା ଲକ୍ଷ୍ୟରେ ୧ଲକ୍ଷ ଚାଷୀଙ୍କୁ ସେମାନଙ୍କର କୋ÷ଶଳ ବିକାଶର ତାଲିମ ପ୍ରଦାନ କରାଯାଉଛି । ଗଂଜାମର ପ୍ରତାପପୁର ଠାରେ କଳାକାହ୍ନୁ ଟ୍ରଷ୍ଟର ସହଯୋଗରେ କୃଷକମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଆଶିଷ କୁମାର ମିଶ୍ର ଓ ସୁଶାନ୍ତ ଚୋ÷ଧୁରୀ କୃଷକମାନଙ୍କୁ ତାଲିମ ଦେଇଥିଲେ । ଏହି କର୍ମଶାଳାରେ କୃଷକ ମାନଙ୍କୁ ଜିଆଖତର ପ୍ରସ୍ତୁତି ସହ ଫସଲର ଉନ୍ନତ ଉପôାଦନ ସମ୍ପର୍କରେ ସେମାନଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । ଏହା ଛଡ଼ା କିପରି ରାସାୟନିକ ସାରର ପ୍ରୟୋଗକୁ କମ କରି ଜୈବିକ ଚାଷ ଉପରେ ଗୁରୁତ୍ୱ ଦେବା ସେଥିପାଇଁ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ଭିତରେ କ୍ଷେତ ପ୍ରଦର୍ଶନ କୃଷି ଓ କୃଷକ ମଧ୍ୟରେ ଏକ ବାସ୍ତବ ଉବଲବ୍ଧô । ତେଣୁ ଏହି କ୍ଷେତ ପ୍ରଦର୍ଶନ ସମୟରେ ଚାଷୀମାନଙ୍କୁ ମାଟିର ଗୁଣବତ୍ତା ସମ୍ପର୍କରେ ତାଲିମ ଦିଆଯାଇଥିଲା । ମାଟି ପରୀକ୍ଷା କରିବାର କୋ÷ଶଳ ସହିତ ବିଭିନ୍ନ ପ୍ରକାର ମାଟି , ଏହାର ସମସ୍ୟା ଓ ପ୍ରତିକାର ବିଷୟରେ ବୁଝାଯାଇଥିଲା । ୧୦ ଦିନ ଧରି ଚାଲିଥିବା ଏହି କର୍ମଶାଳା କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ । ତାଲିମ ଶେଷରେ ସେମାନଙ୍କୁ ଦକ୍ଷତା ପ୍ରମାଣପତ୍ର ମଧ୍ୟ ମିଳିବ । ମୁଁ ସଫଳ କୃଷି ଉଦ୍ୟୋଗୀର ସ୍ୱର ଏହାର ପ୍ରମୁଖ ଲକ୍ଷ୍ୟ । ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣକୁ ଚାଷୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଓଡ଼ିଶାର ଚାଷୀକୂଳ ପାଖେ ଏହା ବେଶ ଆଦୃତ ହୋଇଛି ବୋଲି ଉପସ୍ଥିତ ଚାଷୀମାନେ କହିଥିଲେ । ୨୦୨୨ ସୁଦ୍ଧା ମୋଦୀଜି କହିଥିବା ଚାଷୀଙ୍କର ଆୟକୁ ଦୁଇଗୁଣ କରାଯିବାର ଲକ୍ଷ୍ୟକୁ ପ୍ରତିଫଳିତ କରିବା ଦିଗରେ ଆମେ ଚେଷ୍ଟା କରୁଛୁ ବୋଲି ପ୍ରଶିକ୍ଷକ ମାନେ କହିଥିଲେ । ଏବେ ସୁଦ୍ଧା ପ୍ରାୟ ୩୦୦୦୦ ଚାଷୀଙ୍କୁ ତାଲିମ ପ୍ରଦାନ କରାସରିଲାଣି । ଆହୁରି ଏଦିଗରେ ବ୍ୟାପକ ଯୋଜନା କରାଯିବ ବୋଲି କହିଥିଲେ ।