ନଦୀନାଳ ମାଡ଼ି ବସିଲେଣି ଜମି ମାଫିଆ।

ନଦୀନାଳ ମାଡ଼ି ବସିଲେଣି ଜମି ମାଫିଆ।

ନଦୀନାଳ ମାଡ଼ି ବସିଲେଣି ଜମି ମାଫିଆ। ଜବରଦଖଲକାରୀଙ୍କ ଭୂସ୍ବର୍ଗ ପାଲଟିଛି ଶ୍ରୀକ୍ଷେତ୍ରର ଐତିହ୍ୟ ମୂଷା ନଈ। ନଈ ମଝିରେ ଠିଆ ହେଲାଣି ମାଳମାଳ କୋଠା। କେବଳ ଏତିକି ନୁହେଁ ବରଂ ମୂଷା ନଇ ଭିତରେ ଜଳସ୍ରୋତକୁ ଅବରୋଧ କରି ତିଆରି ହୋଇଛି ରାସ୍ତା।  ସ୍ଥିତିବାନ ଜମି ଭଳି ଜବରଦଖଲକାରୀଙ୍କ କବଜାରେ ମୂଷା ନଇ ରହିଥିବା ବେଳେ ସବୁ ଦେଖି ଚୁପ୍ ରହିଛି ପ୍ରଶାସନ।

ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଐତିହ୍ୟ ମୂଷା ନଇ ଛାତି ଭିତରେ ଧଳାଧଳା ସିମେଣ୍ଟର ଖୁଣ୍ଟି ପୋତା ହୋଇଛି। ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପାଇଁ ଉଜୁଡ଼ିଯିବାକୁ ବସିଛି ମୂଷା ନଈର ଅସ୍ତିତ୍ୱ । ହଜିଯିବାକୁ ବସିଛି ଏହାର ପୂର୍ବ ଗାରିମା। ହୁଳୁହୁଳିଆ ପୋଲ ଓ ଏହାର ଆଖପାଖ ଅଞ୍ଚଳରେ ଠିଆ ହୋଇଛି ମାଳ ମାଳ କୋଠା। ଯେଉଁଠି ମୂଷା ନଈ ଲୋକଙ୍କ ଜୀବନରେଖା ଥିଲା, ତାହା ଏବେ ଜମି ମାଫିଆଙ୍କୁ ଯୋଗୁଁ ଜବରଦଖଲକୁ ଚାଲିଗଲାଣି। ମାଳ ମାଳ ବହୁତଳ କୋଠା ଏବେ ମୂଷା ନଈ ମଝିରେ ଠିଆ ହେଲାଣି। କେଵଳ ଏତିକି ନୁହେଁ ମୂଷା ନଇ ଭିତରେ ଜଳସ୍ରୋତକୁ ଅବରୋଧ କରି ରାସ୍ତା ମଧ୍ୟ ତିଆରି ହୋଇଛି,,,ଯାହାର ଦୃଶ୍ୟ ଆପଣଙ୍କ ସମ୍ମୁଖରେ,,, ଯାହା ସମ୍ପୂର୍ଣ୍ଣ ବେଆଇନ୍। ସେପଟେ ଜବରଦଖଲ ଓ ଜମି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଥିବାବେ‌ଳେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାୟିତ୍ବନ୍ୟସ୍ତ ରାଜସ୍ବ ବିଭାଗ ନିରବଦ୍ରଷ୍ଟା ସାଜିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜସ୍ବ ବିଭାଗର ଅଧିକାରୀମାନେ ଟଙ୍କା ନେଇ ଏଭଳି ଜବରଦଖଲର ବାଟ ଖୋଲି ଦେଇଛନ୍ତି ବୋଲି ବୁଦ୍ଧିଜୀବୀ ମାନେ  ସିଧାସଳଖ ଅଭିଯୋଗ କରିଛନ୍ତି।  ନଈ ମଝିରେ ଏତେ ସଂଖ୍ୟାରେ ସ୍ଥିତିବାନ ଜମି କୁଆଡ଼ୁ ଆସିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସତରେ ସ୍ଥିତିବାନ କି ଏହାକୁ ଚଞ୍ଚକତା ପୂର୍ବକ ସ୍ଥିତିବାନ କରି ଦିଆଯାଇଛି, ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି ହୋଇଛି

ଅନ୍ୟପଟେ ମୂଷା ନଈ ଜବରଦଖଲ ବଢ଼ି ଚାଲିଥିବାରୁ ଏହାର ଜଳରାଶି ବି କ୍ରମେ କମିବା ସହ ଅଧିକାଂଶ ଜାଗା ଶୁଖିଲା ପଡ଼ୁଥିବା ଦେଖିବାକୁ ମିଳିଛି। ଅଧିକ ଜବରଦଖଲ ଦେଖିବାକୁ ମିଳିଛି ହୁଳୁହୁଳିଆ ସେତୁ ଓ ଏହାର ଆଖପାଖ ଅଞ୍ଚଳରେ। ଲୋକେ ଏଠାରେ ନଈ ମଝିରେ କେଉଁଠି ତିନି ତାଲା କୋଠା ତ’ କେଉଁଠି ୫ ତାଲା କୋଠା ଠିଆ କରିଛନ୍ତି।  ଏଭଳି ୫୦ରୁ ଅଧିକ କୋଠା ନଈ ମଝିରେ ଠିଆ ହେଲାଣି। ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ମୂଷା ନଇ ଜବରଦଖଲ ହୋଇଥିଲେ ଏହା ସମ୍ପୂର୍ଣ୍ଣ ବେଆଇନ,,,ରାଜସ୍ୱ ବିଭାଗ ତର୍ଜମା କରିବ,,ଅବରୋଧ ହୋଇଥିଲେ ଆଇନଗତ ଉଚ୍ଛେଦ କରାଯିବ।