କଂଗ୍ରେସ ପାଳିଲା କଳା ଦିବସ

କଂଗ୍ରେସ ପାଳିଲା କଳା ଦିବସ

ସାରା ଦେଶା ମାର୍ଚ 7 କୁ ଜାତୀୟ  ମହିଳା ଦିବସ ଭାବେ ପଳନ କରୁଥିବା ବେଳେ ରାଜ୍ୟ କଂଗ୍ରେସ ପାଳିଛି କଳା ଦିବସ । ହଁ ଆଜ୍ଞା ଅନ୍ତର୍ଜାତୀୟ ମହିଳା ଦିବସକୁ ମୁହଁରେ କଳା କପଡା ବାନ୍ଧି କଳା ଦିବସ ଭାବେ ପାଳନ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରାଯାଉ ବୋଲି କହିଛି କଂଗ୍ରେସ । ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ସାମାଜିକ ସ୍ଥିତିରେ ବିକାଶ ପାଇଁ ପ୍ରତିଶୃତି ଦେଇଥିବା ବିଜେପି ସରକାରର କାର୍ଯ୍ୟକ୍ରମରେ ତାହା ପ୍ରଫଳିତ ହେଉନାହିଁ । ବଡ଼ ବଡ଼ ଘୋଷଣା କରିଥିବା ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛି । ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି । ଏହାର ପ୍ରତିବାଦରେ କଂଗ୍ରେସ ଭବନଠାରେ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି ବୋଲି କହିଛନ୍ତି ଖୋଦ ପିସିସି ସଭାପତି ଭକ୍ତ ଚରଣ ଦାସ ।