୭ ଜିଲ୍ଲାକୁ ସତର୍କ ସୂଚନା

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପ୍ରବଳ ଧୂଳି ଝଡ଼ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ତେଣୁ ରାତି ସାଢେ଼ ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନୂଆପଡ଼ା, ବଲାଙ୍ଗୀର, କେନ୍ଦୁଝର, ରାୟଗଡ଼ା, ଗଜପତି, ନୟାଗଡ଼ ଓ ଗଞ୍ଜାମ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।