ବିଜେପିକୁ ଫେରିଲେ ଖାରବେଳ ସ୍ୱାଇଁ

ବିଜେପିକୁ ଫେରିଲେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ପଦ୍ମ ଧରିଲେ ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମିଶିଲେ ଖାରବେଳ । ବିଜେପିକୁ ଫେରିବା ପରେ ଖାରବେଳ ପ୍ରତିକ୍ରିୟା ରଖିଛନ୍ତି ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ଗତ ମାର୍ଚ୍ଚ ୧୦ ତାରିଖରେ ଖାରବେଳ କହିଥିଲେ ଯେ, ବିଜେପିରେ ମିଶିବାକୁ ମୁଁ ରାଜି । ଗଣମାଧ୍ୟମକୁ ଏହା କହିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ବିଜେପି ପକ୍ଷରୁ ପ୍ରସ୍ତାବ ଆସିଲେ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନରେ ମତ ରଖି ଏହା କହିଥିଲେ ଖାରବେଳ । ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିବାକୁ ସେ ପ୍ରସ୍ତୁତ ଥିବା ଖାରବେଳ କହିଥିଲେ ।