ଜାଗୃତିଙ୍କୁ ନେଇ ବର୍ଷାଙ୍କ ସନ୍ଦେହ ଥିଲା କି ସତ ?
ସତ ହେଲା ବର୍ଷାଙ୍କ କଥା ! ଜାଗୃତିଙ୍କ ପାଇଁ ବର୍ଷାଙ୍କୁ ଛାଡିଥିଲେ ଅନୁଭବ ! କେବଳ ବର୍ଷାଙ୍କୁ ନୁହେଁ, ଓଡ଼ିଶା ବାସୀଙ୍କୁ ଭୂଆଁ ବୁଲାଇ ଦେଲେ ଅନୁଭବ ! ବହି ଲେଖା ବାହାନାରେ ଅନୁଭବଙ୍କ ନିକଟତର ହେଉଥିଲେ ଜାଗୃତି !

ହଁ ଆଜ୍ଞା ରିଲ ଲାଇଫ ଅପେକ୍ଷା ରିୟଲ ଲାଇଫରେ ଭଲ ରୋଲ କରିଛନ୍ତି ଅଲିଉଡ ସୁପର ଷ୍ଟାର ତଥା ପୂର୍ବତନ ସାଂସଦ ଏବେର ଦଳ ଡିଆ ନେତା ଅନୁଭବ ମହାନ୍ତି । ପଦାରେ ପଡିଲା ଅନୁଭବଙ୍କ ଦୋ ମୁହାଁ ନିତି । ରାଜ୍ୟ ବାସୀଙ୍କ ଆଗରେ ଡ୍ରାମା କରି ଯେଉଁ ବାହାନା କରି ଆସୁଥିଲେ, କି ଜାଗୃତି ମୋର ଜଣେ ଭଲ ବାନ୍ଧବୀ, ଆଜି ସେଥିରେ ଅଲିଉଡ ଅଭିନେତ୍ରି ବର୍ଷା ପ୍ରିୟଦର୍ଶନୀଙ୍କ ସନ୍ଦେହ ପୂର୍ଣ୍ଣଛେଦ ପକାଇଲା ।
ଅତି ସରଳତାର ସହ, ହସିହସି , ରାଜ୍ୟର ପ୍ରମୁଖ ଗଣମାଧାୟମରେ ଯେଉଁ ଭଳି ମସ୍କା ମରା କଥା କହୁଥିଲେ, ତାହା ଭାବିଲେ ଏବେ ଲାଗୁଛି କୁମ୍ଭିର କାନ୍ଧଣା କାନ୍ଦି ଭୂଆଁ ବୁଲାଉଥିଲେ ଅନୁଭବ । ମିଛ ନୁହେଁତ ଆଉ କଣ ଥିଲା, ମୋର ଜଣେ ଭଲ ବାନ୍ଧବୀ, ଛଡା ଆଉ କେହିଁ ନୁହଁନ୍ତି ଜାଗୃତୀ , ତାଙ୍କୁ ଅଜଥାରେ ବଦନାମ କରାଯାଉଛି, ଏମିତି ବହୁତ କିଛି । କିନ୍ତୁ ଏ ଫଟୋ କହୁଛି କି କେତେ ସୁନ୍ଦର ଅଭିନୟ କରିପାରନ୍ତି ଅନୁଭବ, ଆଉ ଜଣେ ସାମ୍ବାଦିକାର ଲେଖାରେ କେତେ ଜୀବନ ଆଉ ଘର ଭାଙ୍ଗି ପାରେ । ଓଡ଼ିଶାର ଗଣମାଧ୍ୟମକୁ ତ ସେତେବେଳେ ପଚାରିବାର ଥିଲା ଯେତେବେଳେ ଜଣେ ସାମ୍ବାଦିକା ଜଣେ ସୁପରଷ୍ଟା ଦମ୍ପତିଙ୍କ, ଜଣେ ବିବାହିତ ସାଂସଦ ପାଇଁ ବହିଲେଖିଲେ ଆଉ ସ୍ତ୍ରୀ ସହ ସାକ୍ଷାତବି କଲାନି, କିନ୍ତୁତ ସେଇଠୁ ଆରମ୍ଭ ହୋଇଥିଲା । କିନ୍ତୁ ଭୁୟୁଜ ଆଉ ରାଜନୀତି ଏମିତି ଭାବରେ ଖବର ପ୍ରସାରଣ ଆଉ ପ୍ରସଙ୍ଗ ଆଣିଲା ଯେ ସାଧାରଣ ଲୋକେ କି କାବା । ସେକଥା ଛାଡମ ବାବୁ ପୋଡ କାଷ୍ଟରେ ଏମିତି କାନ୍ଦିଲେ ସତରେ ଯେମିତି କିଛି ଜାଣନ୍ତିନି । ସତ କହିବାକୁ ଗଲେ ଅନୁଭବ ଓଡ଼ିଶା ବାଶିଙ୍କୁ ଠେଙ୍ଗା ଧରାଇ ଦେଲେ, ଓଡିଶା ବାସୀବି ଜାହା ନାକ ସୁ ସୁ କରି ଅନୁଭବ କହିଲେ ବିଶ୍ବାସ କରିଗଲେ । ଆଉ ଏବେ ବାଜି ପୁରା ପଲଟି ଗଲା । ଆଜି ସାରା ରାଜ୍ୟ ମହିଳା ଦିବସ ପାଳୁଥିବା ବେଳେ ଗୋଟିଏ ପଟେ ଜାଗ଼ୃତି ଖୁସି ମନାଉଥିବା ମନାଉଛନ୍ତି ତ ଆରପଟେ ବର୍ଷା କାନ୍ଦୁଥିବେ । ସତ କହିଲେ ଦେଖି ଏଠି ବାସ୍ତବରେ ମିଛୁଆ କିଏ, ବର୍ଷା ନା ଅନୁଭବ । ହଁ ଆଜ୍ଞା କାହାର ବ୍ୟକ୍ତିଗତ ଜୀବନକୁ ନେଇ ଖବର କରିବା କିମ୍ବା ଭିଉଜ ଗୋଟାଇବା ଆମର ଉଦେଶ୍ୟ ନୁହେଁ, କିନ୍ତୁ ଯେତେ ବେଳେ ଜଣେ ଅଭିନେତା ନେତା ପାଲଟେ, ତା ଭିତରେ ଅନେକ ଗୁଡିଏ ପରିବର୍ତ୍ତନ ଆଣିଥିଏ । ଆଉ ଯେବେ ସେହି ବ୍ୟକ୍ତି ରାଜ୍ୟବାସୀଙ୍କର ସବୁଠାରୁ ପସନ୍ଦିତା ବ୍ୟକ୍ତି ପାଲଟେ କି ପ୍ରେରଣା ପାଲଟେ ତେବେତ ତାଙ୍କ ଉପରେ ଖବର ର ନଜର ରହିବା ତ ସ୍ବଭାବିକ । ହୁଏତ ଏତେ ସମାଲୋଚନା ହୋଇନଥାନ୍ତା ଜଦି ଅର୍ଦ୍ଧାଙ୍ଗିନି ଜାଗୃତି ହୋଇନଥାନ୍ତେ ତ । କାରଣ ଜାଗୃତୀ ସେହି ମହିଳା ଯିଏ ଅନୁଭବଙ୍କ ଜୀବନରେ ଆସିବା ପରେ ହିଁ ବର୍ଷା ଅନୁଭବଙ୍କ ମଧ୍ୟରେ ଦୂରତା ଆସିଥିବା କହିଥିଲେ ବର୍ଷା । ତେବେ ସେ ଯାହାବି ହେଉ ଅଣ ଓଡ଼ିଆ ପାଇଁ ରାଜ୍ୟବାସୀ ସରକାର ପରିବର୍ତ୍ତନ କରିଦେଲେ, ତେବେ ଅଣ ଓଡିଆଣିକୁ ଭାଉଜ ଭାବରେ ଦର୍ଶକ ଆଉ ଭୋଟର ପସନ୍ଦ କରିବେତ । ଛାଡ ହୋ ସେକଥା ଏଟା କିନ୍ତୁ ସତ ଏବେ ଅନୁଭବ ପୁଣି ବିବାଦ ଭିତରକୁ ନିଜେ ଟାଣିହୋଇଛନ୍ତି ।