ନଦୀରେ ଭାସିଗଲେ ୫ ଝିଅ

ନଦୀରେ ଭାସିଗଲେ ୫ ଝିଅ

ନଦୀରେ ଭାସିଗଲେ ୫ ଝିଅ
ଶେରଗଡ଼/ହିଞ୍ଜିଳିକାଟୁ : ଖୁଦୁରୁକୁଣୀ ବ୍ରତ ପାଳନ କରୁଥିଲେ । ବ୍ରତ ପୂଜା କରିବା ପୂର୍ବରୁ ରବିବାର ପୂର୍ବାହ୍ନରେ କଳସରେ ପାଣି ଆଣିବାକୁ ଋଷିକୁଲ୍ୟା ନଦୀକୁ ଯାଇଥିବା ୫ ଜଣ ଝିଅ । ହେଲେ ପାଂଚ ଜଣ ଋଷିକୁଲ୍ୟା ନଦୀରେ ଭାସି ଯାଇଥିଲେ । ସୌଭାଗ୍ୟ ବଶତଃ ୪ ଜଣ ବର୍ତ୍ତି ଯାଇଛନ୍ତି । ଜଣେ ଏଯାବତ୍ ନିଖୋଜ ଅଛନ୍ତି । ଶେରଗଡ଼ ବ୍ଲକ ତହଁର ପଞ୍ଚାୟତ କାଞ୍ଜିଆମ ଗ୍ରାମର ପୂଜା ଜେନା (୧୯) ଲିଜା ବେହେରା (୧୭) ଟିକି ବେହେରା (୧୭), ରୂପାଲି ବେହେରା ୧୬) ଓ ସିଲି ବେହେରା (୧୬) ଭାସିଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ଝିଅର ମୃତ ଦେହ ନଦୀରୁ ମିଳିଥିବା ଜାଣିବାକୁ ମିଳିଛି ।