ଜେଲେ ଗଲେ ଜଏଣ୍ଟ କମିଶନର

ଗିରଫ ହେଲେ ପରିବହନ ବିଭାଗର କୋଟି ପତି ଜଏଣ୍ଟ କମିଶନର ପ୍ରଦୀପ କୁମାର ମହାନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ପ୍ରଦୀପ ଙ୍କୁ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ସମୟରେ ପ୍ରଦୀପ ମହାନ୍ତିଙ୍କ ଠାରୁ ମିଳିଥିଲା ପାଖାପାଖି 18 ଲକ୍ଷ୍ୟ ଟଙ୍କାର ନଗଦ କ୍ୟାସ ଓ 2 କେଜିରୁ ଉର୍ଧ ସୁନା ଅଳଂକାର ଓ ସୁନା ବିସ୍କିଟ । ଏଥି ସହ ତିନୋଟି ବହୁତଳ ବିଶିଷ୍ଟ କୋଠା, ପୁରୀରେ ଦୁଇଟି ବେନାମୀ ଫ୍ଲାଟ, ବିଭିନ୍ନ ସ୍ଥାନରେ 11 ଟି ପ୍ଲଟ, 14 ଏକର ପରିମିତ ଜାଗାରେ ଫାର୍ମ ହାଉସ ,ଦୁଇଟି ବେନାମୀ ଚାରିଚକିଆ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଏକ 4 bhk ଫ୍ଲାଟ ପାଇଁ ଏକ କୋଟି ନଗଦ ଟଙ୍କା ଆଡ଼ଭାଂଶ ମଧ୍ୟ ଦେଇଥିଲେ ପ୍ରଦୀପ ମହାନ୍ତି । ଏସବୁ ସମ୍ପତିର ସନ୍ତୋଷ ଜନକ ଉତ୍ତର ଦେଇ ପରି ନଥିବା କାରଣରୁ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।