ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ

ରାଜଧାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ। ସହିଦନଗରରେ ଥିବା ମୁଖରୁଚି ନମକିନ ଓ ସୁଇଟ ସପ ଓ ଫେକ୍ଟ୍ରିରେ ଅଗ୍ନିକାଣ୍ଡ। ମିକ୍ସର ଛାଣିଲା ବେଳେ ତେଲ କଢେଇରୁ ନିଆଁ ଲାଗି ଜଳିଗଲା ଫେକ୍ଟ୍ରି। ସକାଳ 6 ଟା 10ରେ ନିଆଁ ଲାଗିଥିଲା। ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲା ଦମକଳ ବାହିନୀ। ନିଆଁ ଆୟତ୍ତ କରିବାକୁ 3 ଟି ଦମକଳ ବାହିନୀ ଲାଗିଥିଲେ। ଗୋଦାମ ପଟେ ନିଆଁର ମାତ୍ରା ଅଧିକ ଥିବାରୁ ନିଆଁ ଲିଭାଲାଗି ଫୋମ ମଧ୍ୟ ବ୍ୟବହାର କରିଥିଲା ଫାୟାର ଟିମ। ଫେକ୍ଟ୍ରିରେ ଡିଜେଲ ଚୁଲା ବ୍ୟବହାର ହେଉଥିଲା। କାନ୍ଥ ଗରମ ହେବ ସହ ଛୋଟା ଜାଗା ଥିଲା। ଫାୟର ପ୍ରକ୍ସିମେଟ ଡ୍ରେସ ପିନ୍ଧି ଆଗ୍ନିକ ଭିତରକୁ ପଶି ଫୋମ ମାଡ଼ କରିବା ପରେ ପାଣି ମାଡ କରା ଯାଇଥିଲା। 50 ତେଲ ଡ଼ବା, ଛଣା ତେଲ, ବାଦାମ ଓ ତେଲ ଜାତୀୟ ଦ୍ରବ୍ୟ ଥିବାରୁ ନିଆଁ ଲାଗିବା ସହାୟକ ହୋଇଥିଲା। ପ୍ରାୟ 3 ଘଣ୍ଟାର ଅପରେସନ ପରେ ପରେ ଆୟତ୍ତ ହେଲା ନିଆଁ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡ କାହାର ଜୀବନ କ୍ଷତି ହୋଇନି। ସେପଟେ ଅଗ୍ନିଶମ ବାହିନୀ ତଦନ୍ତ ଆରମ୍ଭ କରିଛି। ଫାୟାର ସେଫିଟ ନେଇ ଖୋଲତଡ କରିଛି। ଅନ୍ୟ ପଟେ ବିଏମସି ମେୟର ଘଟଣା ସ୍ଥଳରେ ପହଁଞ୍ଚି ଥିଲେ। ପୂର୍ବରୁ ଫେକ୍ଟ୍ରି ଉଠାଇବା ନେଇ bmc ନୋଟିସ କରିଥଲା । ଜନବସତିରେ ଫେକ୍ଟ୍ରି ନ କରି ଅଲଗା ଜାଗାରେ ଫେକ୍ଟ୍ରି କରିବା ନେଇ ମାଲିକଙ୍କୁ ଜାଗା ମିଳିଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡ଼ିଆ ।