ବସୁଧା ଯୋଜନା ପାଇଁ ଆଉ ହଜାରେ କୋଟି

ବସୁଧା ଯୋଜନା ପାଇଁ ଆଉ ହଜାରେ କୋଟି

ବସୁଧା ଯୋଜନା ପାଇଁ ଆଉ ହଜାରେ କୋଟି
ଭୁବନେଶ୍ୱର : ବସୁଧା ଯୋଜନାରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଆଗେଇନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ଏକ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି । ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ୧ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ଥିଲା । ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ବସୁଧା ଯୋଜନାରେ ୧ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା ।