ରାଜ୍ୟକୁ କମ ଅର୍ଥ ଦେଉଛି କେନ୍ଦ୍ର : ପୂଜାରୀ

ରାଜ୍ୟକୁ କମ ଅର୍ଥ ଦେଉଛି କେନ୍ଦ୍ର : ପୂଜାରୀ

 ରାଜ୍ୟକୁ କମ ଅର୍ଥ ଦେଉଛି  କେନ୍ଦ୍ର : ପୂଜାରୀ
ଭୁବନେଶ୍ୱର: କେନ୍ଦ୍ର ସରକାର କମ ଅର୍ଥ ଦେଉଛନ୍ତି । କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗୃହରେ ନିଜ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶରେ କେନ୍ଦ୍ର ରାଜ୍ୟକୁ କମ ଅର୍ଥ ଦେଉଛି । ସବୁ ରାଜ୍ୟ ପାଇଁ ଏପରି ଅବସ୍ଥା ରହିଛି । ଗତ ୫ ବର୍ଷରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର କୋଟି ବରାଦ କରିଛନ୍ତି । ବରାଦ ଅର୍ଥରୁ ୧୭ ହଜାର ୨୯୯ କୋଟି କମ ମିଳିଛି । କେନ୍ଦ୍ର ରାଜ୍ୟ ୯୦:୧୦ ଅନୁପାତ ଲାଗି ଅର୍ଥ କମିଶନ ସୁପାରିଶ କରିଥିଲେ । ଗୋଟିଏ ବର୍ଷ ୯୦:୧୦ ଅନୁପାତରେ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ପରେ ଏହାକୁ ପରିବର୍ତ୍ତନ କରି ୭୫:୨୫ ଅନୁପାତରେ ଅର୍ଥ ଦେଉଛନ୍ତି । ଫଳରେ ୮ଟି ଯୋଜନା ବନ୍ଦ ହୋଇଯାଇଛି । ରାଜ୍ୟ ୧୮୫୪ କୋଟି ଟଙ୍କା କମ ପାଉଛି । ଏବେ ଅଧିକାଂଶ ଯୋଜନା ପାଇଁ ୬୦:୪୦ ଅନୁପାତରେ ଅନୁଦାନ ମିଳୁଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗୃହରେ କହିଛନ୍ତି ।