ରାଜ୍ୟରେ କମୁଛି ଭୂତଳ ଜଳ : ମନ୍ତ୍ରୀ

ରାଜ୍ୟରେ କମୁଛି ଭୂତଳ ଜଳ : ମନ୍ତ୍ରୀ

ରାଜ୍ୟରେ କମୁଛି ଭୂତଳ ଜଳ : ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତଭାବେ କମିବାରେ ଲାଗିଛି । ଗୁରୁବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହା କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ୨୦୦୯ରେ ରାଜ୍ୟରେ ଭୂତଳ ଜଳ ୧୬.୬୯ ବିଲିୟନ ଘନ ମିଟର ଜଳ ଥିଲା । ୨୦୧୭ରେ ଭୂତଳ ଜଳ ପରିମାଣ ଥିଲା ୧୫.୫୭ ବିଲିୟନ ଘନ ମିଟର । ୨୦୦୯ରୁ ୧୭ ମଧ୍ୟରେ ଭୂତଳ ଜଳ ପରିମାଣ ୧.୧୨ ବିଲିୟନ କମିଥିବା ଶ୍ରୀ ଦାସ କହିଛନ୍ତି ।