ୟେଦିୟୁରପ୍ପା ଆସ୍ଥା ଭୋଟରେ ବିଜୟୀ

ୟେଦିୟୁରପ୍ପା ଆସ୍ଥା ଭୋଟରେ ବିଜୟୀ

ୟେଦିୟୁରପ୍ପା ଆସ୍ଥା ଭୋଟରେ ବିଜୟୀ
କର୍ଣ୍ଣାଟକ: କର୍ଣ୍ଣାଟକରେ ଦୀର୍ଘ ଦିନ ଧରି ଚାଲିଥିବା ହାଇଡ୍ରାମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆସ୍ଥା ଭୋଟରେ ଜିତିଛନ୍ତି ୟେଦିୟୁରପ୍ପା । ବାଚନିକ ଭୋଟରେ ୟେଦିୟୁରପ୍ପା ବିଜୟୀ ହୋଇଛନ୍ତି । କଂଗ୍ରେସ-ଜେଡିଏସ ସରକାରକୁ ଭାଙ୍ଗି ନୂତନ କରି ବିଜେପି ସରକାର ସ୍ଥାପନ କରିଥିବା ବିଏସ ୟେଦିୟୁରପ୍ପା ଆଜି ବିଧାନସଭାରେ ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି । ୧୭ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ କରିଥିବାରୁ ୨୨୫ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ବହୁମତ ସଂଖ୍ୟା ୧୦୫କୁ ଖସି ଆସିଥିଲା । ଏହି ବହୁମତ ସଂଖ୍ୟା ବିଜେପି ପାଖରେ ରହିଥିଲା । ଗତ ୫ ଦିନ ତଳେ କୁମାରସ୍ୱାମୀଙ୍କୁ ଆସ୍ଥା ଭୋଟର ସାମ୍ନା କରିବାକୁ ପଡିଥିଲା । ଏଥିରେ ସେ ବିଫଳ ହୋଇଥିଲେ । କାରଣ ତାଙ୍କ ସମର୍ଥରେ ୯୭ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିଥିଲା । ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିଥିଲା । ବିଜେପି ନେତା ବିଏସ ୟେଦିୟୁରପ୍ପା ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟପାଳ ତାଙ୍କୁ ଆଜି ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ କହିଥିଲେ ।