କଳିଙ୍ଗ ହସ୍ପିଟାଲରେ ରେଡ୍

କଳିଙ୍ଗ ହସ୍ପିଟାଲରେ ରେଡ୍

କଳିଙ୍ଗ ହସ୍ପିଟାଲରେ ରେଡ୍
ଭୁବନେଶ୍ୱର: ସୋମବାର ପୁଣି କଳିଙ୍ଗ ହସ୍ପିଟାଲରେ ଚଢଉ କରାଯାଇଛି । ରାଜ୍ୟ ଅନୁଧ୍ୟାନ ଓ ନିରୀକ୍ଷଣ ଟିମ ପକ୍ଷରୁ ଏହି ଚଢଉ କରାଯାଇଛି । ପୂର୍ବରୁ ନିମ୍ନମାନର ଔଷଧ ପ୍ରଦାନ ନେଇ କଳିଙ୍ଗ ହସ୍ପିଟାଲରେ ଚଢଉ କରାଯାଇଥିଲା । ଏହାଛଡ଼ା ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲରେ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ) ତାଲିକାରୁ ହସ୍ପିଟାଲକୁ ବାଦ୍ ଦିଆଯାଇଥିଲା ।