୨୮ରେ ସମସ୍ତ ସ୍କୁଲରେ ପିଟିଏମ୍
୨୮ରେ ସମସ୍ତ ସ୍କୁଲରେ ପିଟିଏମ୍
admin
Jun 23, 2019 - 06:10
Updated: Jun 23, 2019 - 06:10
ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ରାଜ୍ୟରେ ସମସ୍ତ ସରକାରୀ ସ୍କୁଲରେ ହେବ ଅଭିଭାବକ ଓ ଶିକ୍ଷକ ମିଟିଂ (ପିଟିଏମ) । ଏ ବାଦରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓପେପା) । ବିଦ୍ୟାଳୟ ଗୁଡ଼ିକରେ ଗ୍ରୀଷ୍ମ ଛୁଟି ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ସହିତ ଶତ ପ୍ରତିଶତ ଉପସ୍ଥାନ ବାବଦରେ ପଦକ୍ଷେପ ନେବାକୁ ଏହି ବୈଠକ ଅନୁଷ୍ଠିତ ହେବ । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀ ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ଓପେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି । ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ‘ଉଜ୍ଜ୍ୱଳ ଓ ଉତ୍ଥାନ’ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯିବ । ‘ଉଜ୍ଜ୍ୱଳ’ କାର୍ଯ୍ୟକ୍ରମରେ ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ‘ଉତ୍ଥାନ’ କାର୍ଯ୍ୟକ୍ରମରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ରହିଛି ଲର୍ଣ୍ଣି ଏନହାନ୍ସମେଣ୍ଟ ପ୍ରୋଗ୍ରାମ ବାବଦରେ ରହିବ ବୋଲି ରାଜ୍ୟ ଓପେପା ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଦାସ କହିଛନ୍ତି ।