ଖୋର୍ଦ୍ଧା ଗାଁରେ ଫୁଟିଲା ବୋମା

ଖୋର୍ଦ୍ଧା ଗାଁରେ ଫୁଟିଲା ବୋମା

ଖୋର୍ଦ୍ଧା  ଗାଁରେ ଫୁଟିଲା ବୋମା
ଖୋର୍ଦ୍ଧା ଦଧିମାଛଗାଡ଼ିଆ ଗାଁରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଗାଁର ନିର୍ମଳ ଦାସଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଏନେଇ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକୁ କରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ସରକାରୀ ଜମିରେ ଘର ତିଆରି କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ଏହି ବୋମାମାଡରେ କୌଣସି ବ୍ୟକ୍ତିଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଏଥିରେ ଗୋଟିଏ କାର ଏବଂ ଘର କବାଟ ଝରକା କ୍ଷତି ଘଟିଛି ।