ଆଜିଠାରୁ ନାମାଙ୍କନପତ୍ର ଦାଖଲ

ଆଜିଠାରୁ ନାମାଙ୍କନପତ୍ର ଦାଖଲ

ଆଜିଠାରୁ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର: ଏପ୍ରିଲ ୧୧ ତାରିଖରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୬ ତାରିଖରେ ଏସବୁର ଯାଂଚ କରାଯିବ । ୨୮ ତାରିଖରେ ନାମାଙ୍କପତ୍ର ପତ୍ୟାହାର ଶେଷ ତାରିଖ ରଖାଯାଇଛି । ମେ ୨୩ରେ ଏହିସବୁ ଆସନର ଭୋଟ ଗଣତି କରାଯିବ । ଆଜି ଠାରୁ କଳାହାଣ୍ଡି ଲୋକସଭା ଆସନ ଏବଂ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡା, ଖରିଆର,ଲାଞ୍ଜିଗଡ,ଜୁନାଗଡ,ଧର୍ମଗଡ, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀ ନାମାଙ୍କପତ୍ର ଦାଖଲ କରିବେ । ସେହିପରି ନବରଙ୍ଗପୁର ଲୋକସଭା ଆସନ ଓ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ,ଝରିଗାଁ, ନବରଙ୍ଗପୁର,ଡାବୁଗାଁ,କୋଟପାଡ,ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ,ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ଛତ୍ରପୁର,ଗୋପାଳପୁର,ବ୍ରହ୍ମପୁର,ଦିଗପହଣ୍ଡି,ଚିକିଟି,ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହେବ । ଏହା ବ୍ୟତୀତ କୋରାପୁଟ ଲୋକସଭା ଆସନ ସମେତ ଏହି ଆସନ ଅନ୍ତର୍ଗତ ଗୁଣୁପୁର,ବିଷମକଟକ, ଲକ୍ଷ୍ମୀପୁର,ଜୟପୁର,କୋରାପୁଟ, ପଟାଙ୍ଗୀ ବିଧାନସଭା ଆସନ ପାଇଁ ଆଶୟୀ ପ୍ରାର୍ଥୀ ନାମାଙ୍କପତ୍ର ଦାଖଲ କରିବେ ।