ଜଗନ୍ନାଥ ମନ୍ଦିରରୁ ତାଲା ତାଡି,  ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ

ଜଗନ୍ନାଥ ମନ୍ଦିରରୁ ତାଲା ତାଡି,  ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ  ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍,  ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ମନ୍ଦିରର ମୁଖ୍ୟ ଗେଟ ର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଛନ୍ତି,  ସୁଚନା ଅନୁଯାୟୀ ଗତ କଲି ମନ୍ଦିରର ବଡ଼ ନନା ପୁଜାର୍ଚନା ସାରି ସନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଲା ବେଳକୁ ମନ୍ଦିରର ମୁଖ୍ୟ ଫାଟକର ତାଲା କୁ କାଟି ଭିତରକୁ ଦୁର୍ବୃତ୍ତ ମାନେ ଭିତରକୁ  ପଶି ହୁଣ୍ଡି ବାକ୍ସ କୁ ଭାଙ୍ଗି ଲୁଟ କରିଛନ୍ତି, ଏନେଇ  ବାଲିଆପାଳ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ତେବେ ଦୁର୍ବୁର୍ତ୍ତ ମାନେ କେତେ ଟଙ୍କା ଲୁଟ କରିଛନ୍ତି ତାର ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଦିନକୁ ଦିନ ବାଲିଆପାଳ ଅଞ୍ଚଳରେ ଏଭଳି  ଚୋରି ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବା ପାଂଇ ଦାବି କରିଛନ୍ତି ଲୋକେ