ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପ୍ରସଙ୍ଗ: ବିସ୍ଥାପିତଙ୍କ ପାଇଁ ବଡ଼ ପ୍ୟାକେଜ୍

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପ୍ରସଙ୍ଗ: ବିସ୍ଥାପିତଙ୍କ ପାଇଁ ବଡ଼ ପ୍ୟାକେଜ୍

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପ୍ରସଙ୍ଗ: ବିସ୍ଥାପିତଙ୍କ ପାଇଁ ବଡ଼ ପ୍ୟାକେଜ୍
ପୁରୀ : ପୁରୀ ଉଚ୍ଛେଦ ପ୍ରକି୍ରୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଧରଣର ପ୍ୟାକେଜ ଘୋଷଣା କରିପାରନ୍ତି । ଖଜା ଦୋକାନୀ, ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ଦରଜିଙ୍କ ପର୍ଯ୍ୟନ୍ତ ଯେଉଁମାନେ ଉଚ୍ଛେଦର କ୍ଷତିଗ୍ରସ୍ତ ହୋଇଛନ୍ତି ସମସ୍ତଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯିବ । ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆସନ୍ତା ବୁଧବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ବିସ୍ଥାପିତଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି । କେବଳ ସେତିକି ନୁହେଁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୁରୀ ବିକାଶ ପାଇଁ ନିର୍ଦ୍ଧିଷ୍ଟ କେଉଁ ମଠ, ଦୋକାନ ଉଚ୍ଛେଦ କରାଯିବ ସେ ଦିନ ଆପାତତଃ ଏକ ସ୍ପଷ୍ଟ ଚିତ୍ର ମିଳିଯିବ । ନିଷ୍ପତ୍ତି ମୁତାବକ, ପୁରୀ ବଡ଼ଦାଣ୍ଡରେ ଆଉ କେହି ଉଠା ଦୋକାନୀ ବସି ପାରିବେ ନାହିଁ । ସେହିଭଳି ଶ୍ରୀମନ୍ଦିର ଚାରିପାଖରେ ଭିକାରୀମାନଙ୍କ ବସିବା ଉପରେ ବି ଲାଗିବ ବଡ଼ କଟକଣା । ଥଇଥାନ ପ୍ୟାକେଜ ନେଇ ଆଉ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ଏହା ପରେ ଉଚ୍ଛେଦ ପ୍ରକି୍ରୟା ଜୋରଦାର ହେବ ।