ପଦ୍ମ ଛାଡିଲେ ରାଜକିଶୋର ଦାସ

ପଦ୍ମ ଛାଡିଲେ ରାଜକିଶୋର ଦାସ

ପଦ୍ମ ଛାଡିଲେ ରାଜକିଶୋର ଦାସ
ମୟୂରଭଞ୍ଜ: ବିଜେପି ଲାଗିଛି ବଡ ଝଟକା । ବିଜେପିରୁ ଇସ୍ତଫା ଦେଲେ ରାଜକିଶୋର ଦାସ। ସେ ଦଳର ରାଜ୍ୟ ଉପ-ସଭାପତି ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜେପିର ଦ୍ବିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମୋରଡା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ରାଜକିଶୋର। ତାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେପି ଛାଡିଛନ୍ତି । ସେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ପାଇଁ କାମ କରିଥିଲେ। ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ ବିଜେପି ଛାଡିଥିବା କହିଛନ୍ତି । ପ୍ରକାଶ ଯେ, ରାଜକିଶୋର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।