ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ତ୍ରୀସ୍ତରୀୟ ସୁରକ୍ଷାବଳୟ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର । ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ରହିଥିବା,ଜାତୀୟ ନିରାପତ୍ତା ସଂସ୍ଥା ବା NIA ମଧ୍ୟ ପୂର୍ବରୁ ପୋଲିସ ପ୍ରଶାସନକୁ କରିଛି ସଜାଗ। ଏହା ସତ୍ୱେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥିତ ହୋଇପାରୁନି । ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ଓ ସଠିକ ସମୟରେ ନୀତିକାନ୍ତି ପାଳନ ହେଉନଥିବାରୁ ବିରୋଧାଭାଷ ଦେଖାଯାଇଛି। ବିଶେଷ ପର୍ବପର୍ବାଣି ମାନଙ୍କରେ ଓ କୋଭିଡ୍ ପରଠାରୁ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଅହେତୁକ ଭକ୍ତଙ୍କ ଭିଡ ଜମୁଥିବାରୁ ସ୍ଥିତି ନିୟନ୍ତ୍ରଣ କରିବାରେ ଫେଲ୍ ମାରୁଛି ପୋଲିସ ପ୍ରଶାସନ।

ତେବେ ଲଗାତାର ଭାବରେ କିଛିମାସ ହେବ ଭକ୍ତମାନେ ଭିଡ ଭିତରେ ଅଣନିଶ୍ୱଆସୀ ହୋଇ ଡାକ୍ତରଖାନା ଯିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଭିଡ ଭିତରେ ଠେଲାଠେଲି ଓ ଧସ୍ତାଧସ୍ତି ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ତେଵେ ଶ୍ରୀମନ୍ଦିର ଵାହାରେ ସ୍ଥିତି ଦିନକୁଦିନ ଅଣାୟତ ହେଉଥିବା ବେଳେ ଭିତରେ ମଧ୍ୟ ସାତପାହାଚ ନିକଟରେ ଓ ଜଗମୋହନ ଭିତରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି।  ଅନ୍ୟପଟେ ଏବେ ଶ୍ରୀମନ୍ଦିରକୁ 8 ପ୍ଲାଟୁନ ଫୋର୍ସ ଜଗୁଥିବା ବେଳେ 70 ରୁ ଉର୍ଦ୍ଧ୍ବ ଜେଟିପି ଶ୍ରୀମନ୍ଦିରରେ ମୁତୟନ ରହୁଛନ୍ତି। ତେବେ ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳିତ ବ୍ୟବସ୍ଥାରେ ଲଗାତାର ଅବହେଳା ଓ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳୁଛି | ଆଇନମନ୍ତ୍ରୀ ଓ ନୂଆ ପୋଲିସ ଡିଜି ପୁରୀ ଗସ୍ତରେ ଆସି ଖୁବଶୀଘ୍ର ସ୍ୱତନ୍ତ୍ର ବାଟାଲିୟନ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। 

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା ଘୋଷଣାକୁ ଇତିମଧ୍ୟରେ 6 ମାସ ବିତିଯାଇଥିଲେ ମଧ୍ୟ ବାଟାଲିୟନ ପ୍ରତିଷ୍ଠା କେବଳ ଘୋଷଣାନାମାରେ ରହିଯାଇଛି | ତେବେ ସରକାର କେବେ ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର