ବିଜୟ ପଟ୍ଟନାୟକ ଜଣେ ସଫଳ ପ୍ରଶାସନିକ ଅଧିକାରୀ କିନ୍ତୁ ବିଫଳ ରାଜନେତା

ବିଜୟ ପଟ୍ଟନାୟକ ଜଣେ ସଫଳ ପ୍ରଶାସନିକ ଅଧିକାରୀ କିନ୍ତୁ ବିଫଳ ରାଜନେତା

ନିଜପାଇଁ ନେଜେ ପରାଜୟ, ବିଜୟ

ହଁ ଅଜ୍ଞା ଆମେ ବରିଷ୍ଠ ନେତା ବିଜୟ ମହାପାତ୍ର ଙ୍କ କଥା କହୁନୁ । କହୁଛୁ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କ କଥା ।

ବିଜୟ ପଟ୍ଟନାୟକ ଜଣେ ସଫଳ ପ୍ରଶାସନିକ ଅଧିକାରୀ କିନ୍ତୁ ବିଫଳ ରାଜନେତା । ଅବସର ନେବା ପରେ ଚର୍ଚ୍ଚା ହେଉଥିଲା ଯେ ବିଜୟ ପଟ୍ଟନାୟକ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ବନେଇବାର ଯୋଜନା କରୁଛନ୍ତି । କିନ୍ତୁ ହଠାତ ଦିଲ୍ଲୀ ରେ କଂଗ୍ରେସ ଦଳରେ ଯୋଗଦେବା ଖବର ସମସ୍ତଙ୍କୁ ଚକିତ କରିଥିଲା । ଦଳ ଗଢିବା ଚର୍ଚ୍ଚାରେ ଲାଗିଥିଲା ବିରାମ ।

କଂଗ୍ରେସ ଦଳ ତାଙ୍କୁ ପ୍ରଚାର କମିଟି ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲା କିନ୍ତୁ ସେ ଥିଲେ ଟିକେ ନାରାଜ । ତାଙ୍କର ଆଶା ଥିଲା ସେ ସରତଙ୍କୁ ହଟେଇ ନିଜେ ହେବେ ପ୍ରଦେଶ କଂଗ୍ରେସ କମିଟିର ସଭାପତି। ଯାହା ଫଳରେ କଂଗ୍ରେସ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥାନ୍ତ। ବିଜୟ ସୁଝାଇ ଥାନ୍ତେ ନବୀନଙ୍କ ଉପରେ ଥିବା ପୁରୁଣା ରାଗ ।

ଭୁବନେଶ୍ୱର କ୍ଲବ ନିର୍ବାଚନ କୁ ନେଇ ନବୀନ ଓ ବିଜୟଙ୍କ ମଧ୍ୟରେ ବଢିଥିଲା ତିକ୍ତତା । ପିସିସି ହୋଇ ନବୀନଙ୍କ ବିରୁଦ୍ଧରେ ଗର୍ଜି ବଦଲା ନେବାର ଯୋଜନା ତାଙ୍କର ପାଣି ଫୋଟୋକା ଭଳି ଫାଟି ଯାଇଥିଲା ।

କଂଗ୍ରେସ ଦଳକୁ ସେମିତି କିଛି ଫାଇଦା ଦେଇ ପାରିଲେନି ବିଜୟ , ତେଣୁ ନିର୍ବାଚନ ପୂର୍ବରୁ ବିଜୟଙ୍କୁ ସାଇଡ ମାରି କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଚୌକିରେ ବସାଇଥିଲା ଏଆଇସିସି । ଯାହାଫଳରେ କଂଗ୍ରେସ ରେ ନିଜକୁ ଅସୁରକ୍ଷିତ ମନେ କରିବା ସହ ନିଜକୁ ମଧ୍ୟ କଂଗ୍ରେସ ଦଳଠୁ ଦୁରେଇ ରଖିଥିଲେ ବିଜୟ ।

ପରି ଶେଷରେ ବିଜୟଙ୍କୁ କଂଗ୍ରେସ ଦଳ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ବିଧାନସଭା ପ୍ରାର୍ଥୀ କରିଥିଲା। ସାଥ ଦେଇନଥିଲା ବିଜୟଙ୍କ ଭାଗ୍ୟ । ପରାଜୟର ଶିକାର ହୋଇଥିଲେ ବିଜୟ । 

ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଙ୍କ ସହଯୋଗ ମଧ୍ୟ ତାଙ୍କୁ ମିଳିନଥିଲା। ବାସ୍ତବରେ ବିଜୟ ଦିନେ ଥିଲେ IAS ଏବଂ ଅଜୟ କୁମାର ଥିଲେ IPS । କିନ୍ତୁ ସେ ବିଜୟଙ୍କୁ ସାଇଡ ଲାଇନ କରି ନିଜର ଏକ ନିର୍ଦିଷ୍ଟ ଗୋଷ୍ଟି ଗଠନ କରି ପ୍ରଦେଶ କଂଗ୍ରେସ କମିଟିକୁ ଚଲେଇବା କେଉଁଠି ନା କେଉଁଠି ବୈଜୟଙ୍କୁ ବାଧୁଥିଲା। ବୋଧ ହୁଏ ସେ ଅନୁଭବ କରି ଥିଲେ ଯେ ପ୍ରଭାରୀ ଅଜୟ କୁମାର ଉଭୟ ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳର ଏଜେଣ୍ଟ । ତେଣୁ ନବୀନଙ୍କ ଉପରେ ରାଗ ନସୁଝେଇ ପାରିବାରୁ କଂଗ୍ରେସ କୁ ବାଏ ବାଏ କରିଛନ୍ତି ବିଜୟ ।