ଚାପ ପକାଇ ପୋଲିସକୁ ନିଷ୍କ୍ରିୟ କରାଯାଉଛି : ପ୍ରକାଶ ମିଶ୍ର

ଚାପ ପକାଇ ପୋଲିସକୁ ନିଷ୍କ୍ରିୟ କରାଯାଉଛି : ପ୍ରକାଶ ମିଶ୍ର

ଚାପ ପକାଇ ପୋଲିସକୁ ନିଷ୍କ୍ରିୟ କରାଯାଉଛି : ପ୍ରକାଶ ମିଶ୍ର
ଭୁବନେଶ୍ୱର: କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ଏମିତିକି ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି ବୋଲି କହିଛନ୍ତି । ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି । ଦିବ୍ୟସିଂହ ମୃତୁ୍ୟ ପୂର୍ବରୁ ଅନେକ ଲୋକଙ୍କ ନାମ କହିଥିଲେ । ଦିବ୍ୟସିଂହଙ୍କ ବୟାନର ତାପôର୍ଯ୍ୟ ଅଧିକ । ତେବେ ଏଯାଏଁ କିଛି କରାଯାଇନି । ଏହା ଅତ୍ୟନ୍ତ ଉଦବେଗଜନକ ବୋଲି କହିଛନ୍ତି । ସେହିପରି ପୁଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ନଥିବା ପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି । ଏଠି ପୁଲିସ ସବୁବେଳେ ଜଣଙ୍କର ଅନୁଗତ ରହିଆସିଛି । ଶାସକ ଦଳର ଅନୁଗତ ନହେଲେ ଉପକୂଳରେ ପୋଷ୍ଟିଂ ହୁଏନି । ଏହା ଆଇନ ଶୃଙ୍ଖଳା ପ୍ରତି ଅତ୍ୟନ୍ତ ଚିନ୍ତାଜନକ । ଚାପ ପକାଇ ପୁଲିସକୁ ନିଷ୍କ୍ରିୟ କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।