ପୁରୀରୁ ବ୍ରାଉନସୁଗାର ଜବତ,୨ ଗିରଫ

ପୁରୀରୁ ବ୍ରାଉନସୁଗାର ଜବତ,୨ ଗିରଫ

 ପୁରୀରୁ ବ୍ରାଉନସୁଗାର ଜବତ,୨ ଗିରଫ
ପୁରୀ : ପୁଣି ଧଳା ଜହର ଜବତ । ପୁରୀ ଜିଲା ସିଦ୍ଧ ମହାବୀର ଲେବଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଟ୍ରେନ ଯୋଗେ ବାଲେଶ୍ୱରରୁ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ୱାରା ଏହା ଜବତ ହୋଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୨ ବ୍ରାଉନସୁଗାର ବେପାରୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ।