RSPରେ ଗ୍ୟାସ ଲିକ : ଆଉ ଜଣେ ନିଲମ୍ବିତ

RSPରେ ଗ୍ୟାସ ଲିକ : ଆଉ ଜଣେ ନିଲମ୍ବିତ

RSPରେ ଗ୍ୟାସ ଲିକ : ଆଉ ଜଣେ ନିଲମ୍ବିତ
ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ ଆଉ ଜଣଙ୍କୁ ଆଜି ନିଲମ୍ବିତ କରାଯାଇଛି । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି । କାର୍ଯ୍ୟକରେ ଅବହେଳା ପାଇଁ ଗତକାଲି ୨ ଜଣ ଉପମହାନିଦେ୍ର୍ଧଶ(ଡିଜିଏମ)ଙ୍କୁ ନିଲମ୍ବନ କରାଯାଇଥିଲା । ପ୍ରକାଶ ଯେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇ ହୋଇ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଛି । ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଛି । ୪ ଜଣଙ୍କ ମୃତୁ୍ୟ ନେଇ ଆଇଜିଏଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦେଇଥିଲେ । ମୋଟ ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ମୃତୁ୍ୟ ହୋଇଥିଲା ।