ରାଜ୍ୟର ୧୮ଟି ଜେଲ୍ ବନ୍ଦ ପାଇଁ ପ୍ରସ୍ତାବ
ରାଜ୍ୟର ୧୮ଟି ଜେଲ୍ ବନ୍ଦ ପାଇଁ ପ୍ରସ୍ତାବ
admin
Nov 28, 2019 - 09:53
Updated: Nov 28, 2019 - 09:53
ଗୃହ ବିଭାଗକୁ ଚିଠି ଲେଖିଥିଲେ ତକ୍ରାଳୀନ କାରାଗାର ନିଦେ୍ର୍ଧଶକ
ଭୁବନେଶ୍ୱର : ରାଜ୍ୟର ୧୮ଟି ଜେଲ୍ ବନ୍ଦ କରିବାକୁ ତକ୍ରାଳୀନ କାରାଗାର ନିଦେ୍ର୍ଧଶକ ସତ୍ୟଜିତ୍ ମହାନ୍ତି ଚିଠି ଲେଖି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ ବିଚାରବିମର୍ଶ ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । କାହିଁକି ବନ୍ଦ ହେବା ଆବଶ୍ୟକ, ଏଥିରେ କ'ଣ ଲାଭ ହେବ, ସେ ନେଇ ମଧ୍ୟ ଉପଯୁକ୍ତ କାରଣ ଦର୍ଶାଇଛନ୍ତି । ବନ୍ଦ ହେବାକୁ ଥିବା ଜେଲର ଅନ୍ତେବାସୀମାନଙ୍କୁ ପାଖ ଜେଲକୁ ସ୍ଥାନାନ୍ତର କରାଯିବ ଏବଂଏହି ଜେଲ୍ କୋଠାକୁ ଅନ୍ୟ ଉଦେ୍ଧଶ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି ଉକ୍ତ ପତ୍ରରେ ପ୍ରସ୍ତାବ ଦିଆଯାଇଛି । ଏହି ତାଲିକାରେ କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, ଢେଙ୍କାନାଳର ହିନେ୍ଦାଳ, ଅନୁଗୁଳର ପାଳଲହଡ଼ା, ସମ୍ବଲପୁରର ରାଇରଖୋଲ, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ବାଲେଶ୍ୱରର ନୀଳଗିରି, ନୟାଗଡ଼ର ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁର, ଖୋର୍ଦ୍ଧାର ବାଣପୁର, ଗଜପତିର ଆର. ଉଦୟଗିରି, କନ୍ଧମାଳର ଜି. ଉଦୟଗିରି, ଗଞ୍ଜାମର ଦିଗପହଣ୍ଡି, ରାୟଗଡ଼ାର ବିଷମ କଟକ, କୋରାପୁଟର କୋଟପାଡ଼, କଳାହାଣ୍ଡିର ଖରିଆର ଓ ମଦନପୁର-ରାମପୁର ରହିଛି ।
ସବୁଠାରୁ କମ୍ ବନ୍ଦୀ ଥିବା ତାଲିକାରେ ନରସିଂହପୁର ଜେଲ୍ ରହିଛି । ଏହାର କ୍ଷମତା ୨୦୬ ଥିବା ବେଳେ ଏଥିରେ ୨୦ଜଣ ରହୁଛନ୍ତି । ଏଭଳି ଅନ୍ୟ ଜେଲର ସ୍ଥିତି ରହିଛି । ଏଣୁ ଉପରୋକ୍ତ ୧୮ଜେଲକୁ ବନ୍ଦ କରିବା ପାଇଁ ଯୋଜନା ହୋଇଛି । ଏନ୍ସିଆରବି ରିପୋର୍ଟ ମୁତାବକ, ରାଜ୍ୟରେ ଥିବା ୯୦ ଜେଲର କ୍ଷମତା ୧୮ହଜାର ୧୨ ରହିଛି । ୨୦୧୭ ମସିହାରେ ଏଥିରେ ୧୫ହଜାର ୨୨୩ ଅନ୍ତେବାସୀ ରହୁଥିଲେ । ତେବେ ଏହି ପ୍ରସ୍ତାବ ନୂଆ ନୁହେଁ । ଗତବର୍ଷ ମଧ୍ୟ ଏଭଳି ପ୍ରସ୍ତାବ ଦିଆଯାଇଥିଲା । ଯାହା ଗୃହ ବିଭାଗରେ ପଡ଼ି ରହିଛି ।