ଲଗାଣ ବର୍ଷାରେ ଟ୍ବିନ ସିଟି ବେହାଲ

ଲଗାଣ ବର୍ଷାରେ ଟ୍ବିନ ସିଟି ବେହାଲ

ଲଗାଣ ବର୍ଷାରେ ଟ୍ବିନ ସିଟି ବେହାଲ
ଭୁବନେଶ୍ଵର: ଘୁର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଠାରୁ ଟ୍ବିନ ସିଟି କଟକ-ଭୁବନେଶ୍ଵରରେ ଲଗାଣ ବର୍ଷା ଲାଗିରହିଛି। ଯାହା ଫଳରେ ଟ୍ବିନ ସିିଟି ବେହାଲ ହୋଇପଡିଛି। କଟକ-ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ରାସ୍ତାରେ ଆଣ୍ଠୁଏ-ଆଣ୍ଠୁଏ ଉଚ୍ଚର ପାଣି ଜମି ରହଛି। ଯାହା ଯାତାୟତରେ ସମସ୍ୟା ସୃଷ୍ଟି କରିଛି। ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ସାଧାରଣ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରସୁଲଗଡ଼ ଓଭର ବ୍ରିଜ , ସାମନ୍ତରାପୁର ଭଳି ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି । ପୂର୍ବରୁ ଏପରି ଅବସ୍ଥା ଦେଖା ଦେଉଥିବା ବେଳେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ପରିସ୍ଥିତିର ପୁନରାବୃତ୍ତି ହୋଇଛି । କେବଳ କାଗଜ କଲମରେ ରହିଯାଉଛି ପ୍ରତିଶ୍ରୁତି । ପାର୍ବଣ ଋୁତୁ ଆରମ୍ଭ ହୋଇସାରିଛି । ଗୋଟିଏ ପଟେ ଦଶହରା ମେଢ ପ୍ରସ୍ତୁତି ଚାଲିଥିବା ବେଳେ ରାଜଧାନୀ ଲଗାଣ ବର୍ଷା କାରଣରୁ ଅଧିକାଂଶ ରାସ୍ତା ଉପରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି । ତଥାପି ପ୍ରଶାସନ ସାଜିଛି ନିରବଦଷ୍ଟା ।