ଆଲୋଚନାବେଳେ ମନ୍ତ୍ରୀ ଗାଏବ

ଆଲୋଚନାବେଳେ ମନ୍ତ୍ରୀ ଗାଏବ

ଆଲୋଚନାବେଳେ ମନ୍ତ୍ରୀ ଗାଏବ
ଭୁବନେଶ୍ୱର: ଆଲୋଚନାବେଳେ ମନ୍ତ୍ରୀ ଗାଏବ । ଏହାକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଛନ୍ତି । ଆଜି ଶୂନ୍ୟକାଳରେ ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସ୍ମିତାରାଣୀ ପ୍ରସଙ୍ଗ ଉଠାଇଥିଲେ । ତେବେ ଏହି ସମୟରେ କେହି ମନ୍ତ୍ରୀ ଉପସ୍ଥିତ ନଥିଲେ । ଯାହାକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟୋଗଳ କରିଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲେ । ଆଲୋଚନାବେଳେ ମନ୍ତ୍ରୀଙ୍କୁ ଉପସ୍ଥିତ ରଖିବାକୁ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିଦେ୍ର୍ଧଶ ଦେଇଥିଲେ । ବାଚସ୍ପତି କହିଥିଲେ, ଗୃହ ଚାଲୁଥିବା ସମୟରେ ଜଣେ ମନ୍ତ୍ରୀ ଉପସ୍ଥିତ ରହିବା ଦରକାର । ସରକାରୀ ଦଳ ମୁଖ୍ୟ ସଚେତକ ଏ ଦାୟିତ୍ୱ ନିଅନ୍ତୁ । କଂଗ୍ରେସ ଓ ବିଜେପି ବିଧାୟକ ଠିକ କହୁଛନ୍ତି । ଏହି ରୁଲିଂ ପରେ ଲବିରୁ ଗୃହକୁ ଆସିଥିଲେ ୪ ମନ୍ତ୍ରୀ ଓ ଶାସକ ଦଳର ଅନେକ ବିଧାୟକ ।