ଦଳୀୟ ବିପର୍ଯ୍ୟୟର ସମୀକ୍ଷା କରିବ କଂଗ୍ରେସ

ଦଳୀୟ ବିପର୍ଯ୍ୟୟର ସମୀକ୍ଷା କରିବ କଂଗ୍ରେସ

ଦଳୀୟ ବିପର୍ଯ୍ୟୟର ସମୀକ୍ଷା କରିବ କଂଗ୍ରେସ
ଭୁବନେଶ୍ୱର : ଚଳିତ ନିର୍ବାଚନରେ କଂଗ୍ରେସ ଦଳର ବିପର୍ଯ୍ୟୟ ନେଇ ସମୀକ୍ଷା କରାଯିବ । ଏଥିପାଇଁ ସତ୍ୟ ଅନୁସନ୍ଧାନକାରୀ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ୬ଟି ସବ୍ କମିଟି ଗଠନ କରାଯିବ । ପ୍ରତି କମିଟିରେ ୩ ଜଣ ଲେଖାଏଁ ସଭ୍ୟ ରହିବେ । ଏମାନେ ବିପର୍ଯ୍ୟୟର କାରଣ ଖୋଜି ତାର ନିରାକରଣ କରିବେ । ଜୁନ୍ ମାସ ଶେଷ ସୁଦ୍ଧା ସେମାନଙ୍କ ରିପୋର୍ଟ ପିସିସିଙ୍କୁ ପ୍ରଦାନ କରିବେ ବୋଲି କମିଟିର ଅଧ୍ୟକ୍ଷ ତଥା ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।