ନବୀନ ନିବାସରେ ପହଂଚିଲେ କୋଶଳୀ କବି ହଳଧର ନାଗ

ନବୀନ ନିବାସରେ ପହଂଚିଲେ କୋଶଳୀ କବି ହଳଧର ନାଗ

ନବୀନ ନିବାସରେ ପହଂଚିଲେ କୋଶଳୀ କବି ହଳଧର ନାଗ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ନିବାସ ଆଗରେ ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ମଧ୍ୟ ପାଲଟିଛି ଜନସମୁଦ୍ର । । ଆଜି ଏହି ଭିଡରେ ଭିତରେ ଦେଖିବାକୁ ମିଳୁଛି ପଦ୍ମଶ୍ରୀ ହଳଧର ନାଗ । ହଳଧର ଆଜି କିଶୋର ମହାନ୍ତି ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ନବୀନ ନିବାସରେ ପହଞ୍ଚିଥିବା ଜଣାଯାଇଛି । ତେବେ ନବୀନ ନିବାସରେ ହଳଧରଙ୍କୁ ଦେଖିବା ପରେ ମନରେ କିଛି ପଶ୍ନ ଉଙ୍କି ମାରୁଛି । ତାହା ହେଲା ହଳଧର କ’ଣ ଆଗାମୀ ନିର୍ବାଚନରେ ଲଢିବ । ହଳଧର ସତରେ କ’ଣ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ତେବେ ବିଜେଡି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଯିବ ।