ଅଟୋ ଡ୍ରାଇଭର ଆକାଉଂଟରେ ୩୦୦ କୋଟି

ଅଟୋ ଡ୍ରାଇଭର ଆକାଉଂଟରେ ୩୦୦ କୋଟି

ଅଟୋ ଡ୍ରାଇଭର ଆକାଉଂଟରେ ୩୦୦ କୋଟି
ଦିନକୁ ଦି ମୁଠାଏ ଖାଦ୍ୟ ଯୋଗାଡ଼ କରି ପାରନ୍ତିନି ସେ । ଗୋଟିଏ ବଖରା ଭଡ଼ା ଘରେ ହିଁ ତାଙ୍କ ଜୀବନ ସୀମିତ । ଜୀବନରେ ୧ଲକ୍ଷ ଟଙ୍କା ଦେଖିନଥିବା ପାକିସ୍ତାନର ଜଣେ ଅଟୋଚାଳକଙ୍କ ବ୍ୟାଙ୍କ ଆକାଉଂଟରେ ୩୦୦ କୋଟି ଟଙ୍କାର କାରବାର ହୋଇଛି । ପାକିସ୍ତାନର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ଏହା କହିଛି । ଅଟୋଚାଳକ ଜଣଙ୍କ ନାଁ ମହମ୍ମଦ ରସିଦ । ତାଙ୍କ ଅଜାଣତରେ ଏସବୁ ହୋଇଛି । ରସିଦଙ୍କ କହିବା ଅନୁଯାୟୀ ୨୦୦୫ ମସିହାରେ ଏକ ଘରୋଇ କମ୍ପାନୀର କାମ କରିବା ସମୟରେ ସେ ଏହି ଆକାଉଂଟ ଖୋଲିଥିଲେ । କିଛିଦିନ ପରେ ଚାକିରି ଛାଡ଼ି ଦେଇଥିଲେ । ପରେ ସେହି ଆକାଉଂଟ ସମ୍ବନ୍ଧରେ ସେ କୌଣସି ବି ତଥ୍ୟ ରଖିନଥିଲେ । ଅନୁୁସନ୍ଧାନକାରୀ ସଂସ୍ଥ୍ା ତାଙ୍କୁ ପଚରାଉଚରା କରିବାରୁ ଖୋଲିଥିବା ଆକାଉଂଟ ତଥା ତାଙ୍କର ମନେ ପଡ଼ିଥିଲା । ଏହା ପଛରେ କମ୍ପାନୀର ହାତ ଥାଇପାରେ ବୋଲି ଅନୁସନ୍ଧାନକାରୀ ସଂସ୍ଥା ସନେ୍ଦହ କରିଛି ।