ଜାଣନ୍ତୁ ସବୁ କାମ ପାଇଁ ଦରକାର ହେଉଛି ଟୁଥ୍ପେଷ୍ଟ୍
ଜାଣନ୍ତୁ ସବୁ କାମ ପାଇଁ ଦରକାର ହେଉଛି ଟୁଥ୍ପେଷ୍ଟ୍
admin
Jun 8, 2019 - 11:54
Updated: Jun 8, 2019 - 11:54
ସାଧାରଣତଃ ଆମେ ଦାନ୍ତ ଘଷିବା ଲାଗି ଟୁଥ୍ପେଷ୍ଟ୍ ବ୍ୟବହାର କରିଥାଉ। ଏହା ଆମ ଦାନ୍ତକୁ ସଫା କରିବା ସହ ପୋକ ଲାଗିବାରୁ ଏହା ଦାନ୍ତକୁ ସୁରକ୍ଷା ମଧ୍ୟ ଦେଇଥାଏ। ଏହା ଦାନ୍ତକୁ ଶକ୍ତିଶାଳୀ କରିଥାଏ। ହେଲେ ଆପଣ ଜାଣନ୍ତି କି, ଏହି ଟୁଥ୍ପେଷ୍ଟକୁ ଆପଣ ଆହୁରି ଅନେକ କାମରେ ଲଗାଇ ପାରିବେ ବୋଲି? କୌଣସି ଜିନିଷକୁ ସଫା କରିବା ବା ସେଥିରୁ ଦାଗ ଛଡ଼ାଇବା ଭଳି କାମରେ ଆପଣ ଟୁଥ୍ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ।
କାନ୍ଥରୁ ଦାଗ ଦୂର କରେ: ପ୍ରାୟ ଅନେକ ଲୋକଙ୍କ ଘରେ ପିଲାମାନେ ଖେଳୁ ଖେଳୁ ପରଦା ଓ କାନ୍ଥରେ ଚିତ୍ର କରି ଦିଅନ୍ତି କିମ୍ବା କିଛି ଦାଗ ଲଗାଇ ଦିଅନ୍ତି । ପରଦାରେ ଲାଗିଥିବା ଦାଗ ତ ଆପଣ ସଫା କରିଦେବେ, ହେଲେ କାନ୍ଥରେ ଲାଗିଥିବା ଦାଗ ସହଜରେ ଦୂର ହୋଇ ନ ଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଟୁଥ୍ପେଷ୍ଟକୁ କାନ୍ଥର ଦାଗ ଲାଗିଥିବା ଜାଗାରେ ଲଗାଇ ଦିଅନ୍ତୁ, ଏବେ ଏହାକୁ ବ୍ରଶ୍ ଦ୍ଵାରା ଧୀରେ ଧୀରେ ଘଷନ୍ତୁ ଏବଂ ଏକ କପଡ଼ାରେ ପୋଛି ନିଅନ୍ତୁ। ଦେଖିବେ, କେମିତି କାନ୍ଥରୁ ଦାଗ ଉଭାନ୍ ହୋଇଯିବ।
ପୋଷାକରୁ କାଳି ଦାଗ ଛଡ଼ାଇ ଦିଏ: ଅନେକ ସମୟରେ ଆପଣଙ୍କ ମନପସନ୍ଦର ସାର୍ଟରେ କାଳି ଢ଼ାଳି ହୋଇଯାଏ। ଯେତେ ଚେଷ୍ଟା କଲେ ମଧ୍ୟ ତାହା ଛାଡ଼ି ନଥାଏ। ହେଲେ ଆପଣ ଯଦି ଏଥିରେ ଟୁଥ୍ପେଷ୍ଟ ଲଗାଇ ଘଷିବେ, ତେବେ ଏହା ଧୀରେ ଧୀରେ ଛାଡ଼ିଯିବ।
ସ୍ମାର୍ଟ ଫୋନ୍ର ସ୍କ୍ରାଚ୍ ଦୂର କରେ: ଯଦି ଆପଣଙ୍କ ମୋବାଇଲ୍ ଫୋନ୍ର ସ୍କ୍ରିନ୍ ସ୍କ୍ରାଚ୍ ହୋଇଯାଇଛି, ତେବେ ଆପଣ ସ୍କ୍ରିନ୍ ଉପରେ ଟୁଥ୍ପେଷ୍ଟ ଲଗାଇ ଏହାକୁ ଧୀରେ ଧୀରେ ଘଷନ୍ତୁ। ଏହା ପରେ ଭଲ କପଡ଼ାରେ ତାହାକୁ ପୋଛି ଦିଅନ୍ତୁ। ଦେଖିବେ ଆପଣଙ୍କ ମୋବାଇଲ ଫୋନର ସବୁ ସ୍କ୍ରାଚ୍ ଦୂର ହୋଇଯିବ।