ବାର୍ଡ ଫ୍ଲୁ ମଣିଷ ଶରୀରରେ ପ୍ରବେଶ
ପିପିଲି ବାର୍ଡ ଫ୍ଲୁ କୁ ନେଇ ବିଭାଗୀୟ ଅଧିକାରୀ ମାନେ ତପ୍ତରତା ଦେଖାଇଛ। ୪ଦିନରେ ପିପିଲି ବ୍ଳକ ରୁ ୧୪ ହଜାର ୧୨୦କୁକୁଡା ମରାଯାଇ ସୁରକ୍ଷିତ ସ୍ଥାନରେ ତ୍ରୀଲେୟାର ବ୍ଲିଚିଂ ଚୁନ ପକାଇ ପୋତା ଯାଇଛି। ଫାର୍ମ ଗୁଡ଼ିକ ବିଶୋଧନ ପରେ ସିଲ୍ କରାଯାଇଥିବା ବେଳେ ୬ମାସ ପର୍ଯ୍ୟନ୍ତ କୁକୁଡ଼ା ଚାଷ ବନ୍ଦ ରଖିବାକୁ ସରକାର ଙ୍କ ପକ୍ଷରୁ ଚାଷୀ ଙ୍କୁ ନିର୍ଦ୍ଦେଶ ଜାରି ରହିଛି । ସେପଟେ ଆଜି କୁକୁଡ଼ା ମରା ଅଭିଯାନ ର ପଚଂମ ଦିବସ ରେ ଦେଶୀ କୁକୁଡ଼ା ଓ ବତକ ର ଲକ୍ଷଣକୁ ସନ୍ଦେହ କରି ସେମାନଙ୍କର ସ୍ବାପ ପରିକ୍ଷା ପାଇଁ ପଠାଯାଇଛି। ଜନର୍ଦନପୁର ହଟସ୍ପଟ ସେଣ୍ଟର ୪କିଲମିଟର ପରିଧି ପର୍ଯ୍ୟନ୍ତ ସବୁ ଫାର୍ମ ଗୁଡ଼ିକ ସାନିଟାଇଜେସନ କରାଯାଇଥିବା ବେଳେ ଜଣେ RRT(ରାପିଡ଼ ରେସ୍ପନ୍ସ ଟିମ )ସଦସ୍ୟ ନିଶିକାନ୍ତ କୁଣ୍ଡୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ବାର୍ଡ ଫ୍ଲୁ ସନ୍ଦେହ ପ୍ରକାଶ କରାଯାଇଛି । ସେହିପରି ଆଉଜଣେ ଚାଷୀ ଙ୍କୁ ମଧ୍ୟ ଜ୍ବର ଯୋଗୁଁ ବାର୍ଡ ଫ୍ଲୁ ଲକ୍ଷଣ ସନ୍ଦେହ ପ୍ରକାଶ ପାଇଥିଲା। ଖବର ନେଇ ସ୍ଵାସ୍ଥ୍ୟ ବିଭାଗ ମଣିଷ ଶରୀରରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ପରେ ତତ୍ପର ହୋଇପଡିଛି ବିଭାଗ। ଏନେଇ ନିଶିକାନ୍ତ ଙ୍କ ସହ ଉକ୍ତ ଚାଷୀ ଙ୍କୁ ଦୁର୍ଗାଦାଶପୁର କଲ୍ୟାଣ ମଣ୍ଡପ ରୁ ନିଆ ଯାଇ ପିପିଲି ମଙ୍ଗଳପୁର ସରକାରୀ ଡାକ୍ତରଖାନା ଆଇସୋଲେଶନ ସ୍ୱତନ୍ତ୍ର ୱାର୍ଡ ରେ ରଖାଯାଇଛି । ଖବର ପାଇ ପିପିଲି ଦୁର୍ଗାଦାଶପୁର କଲ୍ୟାଣ ମଣ୍ଡପ ରେ ପହଁଚିଲା ମେଡ଼ିକାଲ ଟିମ । ଭୋପାଳ ଯାଇ ଥିବା ଆର ଆର ଟି ଟିମ ସଦସ୍ୟ ନିଶିକାନ୍ତ ସ୍ବାବ ରିପୋର୍ଟ ହସ୍ତଗତ ହୋଇ ନଥିବା କୁହାଯାଉ ଥିବା ବେଳେ ପରୀକ୍ଷା ହେବାକୁ ଯାଇଥିବା ନିଷିକାନ୍ତ କୁଣ୍ଡୁ କୁ ଡାକ୍ତର ଖାନା ନେବା ପାଇଁ ପହଞ୍ଚିଲେ ଡାକ୍ତରୀ ଟିମ । ପିପିଲି ମଙ୍ଗଳପୁର ଡାକ୍ତରଖାନା ଆଇସୋଲେଶନ ସ୍ଵତନ୍ତ୍ର ୱାର୍ଡ କୁ ନିଆଯିବା ସୂଚନା ଦେଇଛନ୍ତି । ପିପିଲି ମଙ୍ଗଳପୁର ରେ ମଣିଷ ଶରୀରରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ପରେ ତତ୍ପର ହୋଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ । ସେପଟେ ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ପିପିଲି ମଙ୍ଗଳ ପୁର ଡାକ୍ତରଖାନା ମେଡ଼ିକାଲ ଅଫିସର ବିନୟ ପଣ୍ଡା । ଆର ଆର ଟି ଟିମ ଜଣେ ସଦସ୍ୟ ଙ୍କ ରକ୍ତ ନମୁନା ଓ ସ୍ଵାର୍ଵ କୁ ଭୋପାଳ ପଠା ଯାଇଥିଲା । ଯାଇଥିବା ରକ୍ତ ନମୁନା ର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା କହିଛନ୍ତି ମେଡ଼ିକାଲ ଅଫିସର ବିନୟ ପଣ୍ଡା । ସେପଟେ ଆର ଆର ଟି ଟିମ ରେ ଅସୁସ୍ଥ ସଦସ୍ୟ ନିଷିକାନ୍ତ କୁଣ୍ଡୁ ଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ନିଷିକାନ୍ତ ନିଜେ ସ୍ବିକାର କରି କହିଛନ୍ତି । ଅପରପଟେ ଆରଆରଟି ଟିମ ର କଳିଙ୍ଗ ଅଫିସର ଡକ୍ଟର କୃଷ୍ଣ କୁମାର ପ୍ରଧାନ କହିଛନ୍ତି ଆରଆରଟି ଟିମ ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି । ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାରିବା ଓ ଫାର୍ମ କୁ ସଫେଇ କରିବା ସହିତ ସାନିଟାଇଜ ଦୈନ ଦିନ କରାଯାଉଛି । ଏଭଳି ସମୟରେ ଆମକୁ କାମ କରିବା ନିଶ୍ଚିତ ରୂପେ ଚ୍ୟାଲେଞ୍ଜ ରହିଛି । ଅନ୍ୟପଟେ ବାର୍ଡ ଫ୍ଲୁ ହଟ ସ୍ପଟ୍ ସେଣ୍ଟର ରୁ ୪ କିଲୋମିଟର ପରିଧି ପର୍ଯ୍ୟନ୍ତ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି ଆଶା କର୍ମୀ । ପିପିଲି ସଂକ୍ରମିତ ବାର୍ଡ ଫ୍ଲୁ ଅଞ୍ଚଳରେ ଜନସାଧାରଣ ଙ୍କୁ କରୁଛନ୍ତି ସଚେତନ । ଜ୍ଵର,କାଶ, ଥଣ୍ଡା ରୋଗୀ ଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦେଉଛନ୍ତି ପରାମର୍ଶ ।ଆଜି ଠାରୁ ପ୍ରାୟ ୪୦ ଟି ଗ୍ରାମରେ ଆଶା କର୍ମୀ ବୁଲି ସଚେତନତା କରାଇଛନ୍ତି।