ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ, କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ
କଟକ: ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜା ର ମାହୋଲ। ଗଣେଶ ପୂଜା ପରେପରେ ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହର ର ପରିବେଶ କୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ
ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠି ଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖା ଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତ ଟି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।ଯାହା ଆଗମୀ ଦିନରେ ରିଲିଜ ହେବ। ସଙ୍ଗିତ ନିର୍ଦେଶକ ଙ୍କ ମତରେ ପୂଜା ଭସାଣି ସମୟରେ ଟୁଇନ ସିଟି ରେ ଅଧିକ ସ୍ଥାନ ରେ ଡିଜେ ବାଜିବା ଦ୍ୱାରା ସମାଜ ଉପରେ ପ୍ରଭାବ ପଡୁଛି। ଅତ୍ୟଧିକ ସାଉଣ୍ଡ ଦ୍ୱାରା ଶିଶୁ , ବରିଷ୍ଠ ସମାଜ ଓ ରୋଗାଗ୍ରସ୍ତ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏହାବ୍ୟତୀତ ନିଶା କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏହି ଉଭୟ ଦିଗ କୁ ରୋକାଗଲେ ଏକ ସରସ ସୁନ୍ଦର ପୂଜା ର ଆୟୋଜନ ହୋଇ ପାରିବ ବୋଲି କହିଛନ୍ତି ସେ। ପୂର୍ବରୁ ଶାନ୍ତି କମିଟି ପୂଜା କମିଟି ସହ ବୈଠକ ସମୟରେ ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲା କମିଶନରେଟ ପୋଲିସ। ଯାହାକୁ ସ୍ୱାଗତ କରିଥିଲେ ପୂଜା କମିଟି ସଦସ୍ୟ ।