୩୩ ବର୍ଷ ହେଲା ଚା’ ପିଇ ବଂଚିଛନ୍ତି ଚାଏ ୱାଲି ଚାଚି

୩୩ ବର୍ଷ ହେଲା ଚା’ ପିଇ ବଂଚିଛନ୍ତି ଚାଏ ୱାଲି ଚାଚି

୩୩ ବର୍ଷ ହେଲା ଚା’ ପିଇ ବଂଚିଛନ୍ତି ଚାଏ ୱାଲି ଚାଚି
ଚା ପିଇବାକୁ କିଏ ବା ଭଲ ନପାଏ? ବହୁ ଲୋକ ସେମାନଙ୍କ ଦିନର ଆରମ୍ଭ ବେଡ ଟି’ରୁ କରିଥାନ୍ତି । ସେ ଅଫିସରେ ହେଉ ବା ଘରେ ଦିନ ସାରା ମଝିରେ ମଝିରେ ଚା’ ନପିଇଲେ କିଛି ଜଣ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି । ତେବେ ଛତିଶଗଡ଼ କୋରିୟା ଜିଲ୍ଲା ବୈକୁଣ୍ଠପୁର ବ୍ଲକ ବରଡିୟା ଗାଁର ବାସିନ୍ଦା ପିଲ୍ମି ଦେବୀ ଦୀର୍ଘ ୩୩ ବର୍ଷ ହେଲା ବେକଳ ଚା’ପିଇ ବଞ୍ଚିଛନ୍ତି । ଆଉ କିଛି ଖାଦ୍ୟ ଖାଉନାହାନ୍ତି । ତଥାପି ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଏପରି ସ୍ଥଳେ ସ୍ଥାନୀୟ ଲୋକେ ତାଙ୍କୁ ‘ଚାଏ ୱାଲି ଚାଚି’ ଓ ‘ଚାଏ ୱାଲି ଆଣ୍ଟି’ ବୋଲି କହୁଛନ୍ତି । ତାଙ୍କୁ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ପିଲ୍ମି ଦେବୀଙ୍କୁ ଏବେ ୪୪ ବର୍ଷ । ତାଙ୍କର ବାପାଙ୍କ ଅନୁସାରେ ସେ ଛୋଟ ବେଳେ ଚା’ସହିତ ପାଉଁରୁଟି, ବିସ୍କୁଟ ପ୍ରଭୃତି ଖାଉଥିଲେ । କିନ୍ତୁ ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳକୁ ଧୀରେ ଧୀରେ ଅନ୍ୟ ଖାଦ୍ୟ ଖାଇବା ବନ୍ଦ କରିଦେଲେ । ଏବେ କେବଳ ସେ ଚା’ପିଇ ହିଁ ବଞ୍ଚିଛନ୍ତି । ସେହିପରି ପିଲ୍ମି ଦେବୀ କହିଛନ୍ତି, ‘କେବଳ ଚା’ ପିଉଥିଲେ ବି ମୋତେ ଭୋକ ଲାଗି ନଥାଏ । ସନ୍ଧ୍ୟା ହୋଇଗଲା ପରେ ମୁଁ କପେ ନାଲି ଚା’ ପିଏ । ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ ମଧ୍ୟ କୌଣସି ପ୍ରକାର ରୋଗ ନଥିବା ସ୍ପଷ୍ଟ କରିଛନ୍ତି ।