ସବୁଠାରୁ ବଡ଼ କାଚ ପୋଲ

ସବୁଠାରୁ ବଡ଼ କାଚ ପୋଲ

ସବୁଠାରୁ ବଡ଼ କାଚ ପୋଲ
ଚୀନର ନବନିର୍ମିତ କାଚ ପୋଲ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରରେ । ତିୟାନମେନ ମାଉଣ୍ଟେନ ନ୍ୟାସନାଲ ପାର୍କରେ ଅବସ୍ଥିତ ଏହି ପୋଲକୁ ଦୁଇଟି ବଡ଼ ଖମ୍ବ ମଧ୍ୟରେ ତିଆରି କରାଯାଇଛି । ଏହାର ଲମ୍ବ ୧,୪୧୦ ଫୁଟ ଏବଂ ଭୂମି ଠାରୁ ପ୍ରାୟ ୩୦୦ ମିଟର ଉଚ୍ଚତାରେ ଏହା ରହିଛି । ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ଅନୁସାରେ ଏହା ବିଶ୍ୱର ସବୁଠାରୁ ବଡ଼ କାଚ ପୋଲ । ନିର୍ମାଣ ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୩୪ ଲକ୍ଷ ଡଲାର ।