ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ!
ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ!
admin
Oct 30, 2019 - 07:26
Updated: Oct 30, 2019 - 07:26
ମସ୍ତିଷ୍କ ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଚାର, ବୁଦ୍ଧି ଓ ଭୁଲ ଠିକଥ ମଧ୍ୟରେ ନିର୍ଣ୍ଣୟ ନେବାର ଶକ୍ତି କେବଳ ମସ୍ତିଷ୍କର ଥାଏ । ତେବେ ସବୁ ଦେଶର ଲୋକଙ୍କ ମସ୍ତିଷ୍କର ଆକାଣ କିମ୍ବା ଆକୃତି ସମାନ ନୁହେଁ । ପାଶ୍ଚାତ୍ୟ ଦେଶବାସୀଙ୍କ ଠାରୁ ଭାରତୀୟଙ୍କ ମସ୍ତିଷ୍କ ଅପେକ୍ଷାକୃତ ଛୋଟ, ଏପରିକି ଚୀନ, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଭଳି ଏସୀୟ ରାଷ୍ଟ୍ରର ଲୋକଙ୍କ ଠାରୁ ମଧ୍ୟ ଆମ ଦେଶର ଲୋକଙ୍କ ମସ୍ତିଷ୍କ ଛୋଟ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି । ହ୍ରାଇଦ୍ରାବାଦସ୍ଥିତ ଅନ୍ତର୍ଜାତୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଦଳେ ଗବେଷକ ବିଜ୍ଞାନୀଙ୍କ ଅଧ୍ୟୟନରୁ ପ୍ରଥମ ଥର ପାଇଁ ଏହି ନୂଆ ତଥ୍ୟ ସାମନାକୁ ଆସିଛି । ଗବେଷକମାନେ ନିଜ ଗବେଷଣାରେ ପଚାଶ ଜଣ ଭାରତୀୟଙ୍କୁ ସାମିଲ କରିବା ପରେ ଇଣ୍ଡିଆନ ବ୍ରେନ ଆଟଲାସ ତିଆରି ସମ୍ଭ ହୋଇଥିଲା । ପାଶ୍ଚାତ୍ୟ ଦେଶର ମସ୍ତିଷ୍କ ସହିତ ତୁଳନା ପରେ ଜଣାପଡ଼ିଲା ଭାରତୀୟମାନଙ୍କ ମସ୍ତିଷ୍କର ଉଚ୍ଚତା, ଓସାର ଓ ଆୟତନ ସେମାନଙ୍କ ଠାରୁ ଛୋଟ । ଅଲଝାଇମର୍ସ କିମ୍ବା ସ୍ମୃତିହୀନତା ରୋଗ ସମ୍ପର୍କରେ ଅଧିକ ଜାଣିବା ଦିଗରେ ଏହି ନୂଆ ଆବିଷ୍କାର ସହାୟକ ବୋଲି ଗବେଷକମାନେ ଆଶା କରୁଛନ୍ତି ।